Migrant Worker Dies of Electrocution: ଦାଦନ ଦୁଃଖର କରୁଣ ଚିତ୍ର; ରୋଜଗାର ପାଇଁ ଯାଇ, ଶବ ହୋଇ ଫେରିଲେ

Jul 07, 2026 - 18:06
Migrant Worker Dies of Electrocution: ଦାଦନ ଦୁଃଖର କରୁଣ ଚିତ୍ର; ରୋଜଗାର ପାଇଁ ଯାଇ, ଶବ ହୋଇ ଫେରିଲେ

ଗଞ୍ଜାମ ଜିଲ୍ଲାରେ ପୁଣି ଦାଦନ ଦୁଃଖ। ମୁମ୍ବାଇରୁ ଫେରିଲା ମରଶରୀର। ରୋଜଗାରର ଆଶାରେ ମୁମ୍ବାଇ ଯାଇଥିବା କବିସୂର୍ଯ୍ୟନଗର ବ୍ଲକ ଭେଟସିଙ୍ଗି ଗ୍ରାମର ଯୁବକ ବୁଦ୍ଧିରାମ ପ୍ରଧାନଙ୍କ ବିଦ୍ୟୁତ ସଂସ୍ପର୍ଶରେ ଦେହାନ୍ତ ହୋଇଛି। ପ୍ରାୟ ତିନି ବର୍ଷ ଧରି ସେ ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା। 

ବର୍ତ୍ତମାନ ସ୍ଥାନୀୟ ଜନପ୍ରତିନିଧି, ମୁମ୍ବାଇରେ ଥିବା ଓଡ଼ିଆ ସଂଗଠନ ଏବଂ ଜିଲ୍ଲା ଶ୍ରମ ବିଭାଗର ସହଯୋଗରେ ବୁଦ୍ଧିରାମଙ୍କ ମୃତଦେହ ଜନ୍ମମାଟିକୁ ଆଣାଯାଇଛି। ଗାଁର ଜଣେ ଭେଣ୍ଡିଆ ପୁଅର ମରଶରୀର ଦେଖି ପରିବାର ଲୋକଙ୍କ ଠୁନେଇ ଗ୍ରାମବାସୀ ସମସ୍ତଙ୍କ ମଧ୍ୟରେ ଶୋକାକୂଳ ପରିସ୍ଥିତି। 

ତେବେ ବୁଦ୍ଧିରାମଙ୍କ ମରଶରୀରକୁ ଗ୍ରାମରେ ପରିକ୍ରମା ପରେ ସ୍ମଶାନ ରେ ସବସତ୍କାର କରାଯାଇଛି l ଏପଟେ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସମ୍ଭବ ସହାୟତା ଓ ସହଯୋଗର ଆଶ୍ୱାସନ ଦିଆଯାଇଛି।

  • ଦାଦନ ଦୁଃଖର କରୁଣ ଚିତ୍ର
  • ରୋଜଗାର ପାଇଁ ଯାଇ, ଶବ ହୋଇ ଫେରିଲେ
  • ମୁମ୍ବାଇରୁ ଗଞ୍ଜାମ ଫେରିଲା ମରଶରୀର
  • ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
  • ଶୋକାକୁଳ ପରିବେଶରେ ଶେଷ ବିଦାୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।