Migrant Worker Dies: ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ଲିଙ୍ଗରାଜ
ପରିବାର ପ୍ରତିପୋଷଣ ପାଇଁ ହାଇଦ୍ରାବାଦ ଯାଇଥିଲେ ଦାଦନ ଶ୍ରମିକ।
ହେଲେ, ଘରକୁ ଶବ ହୋଇ ଫେରିଲେ।
ହାଇଦ୍ରାବାଦରେ ଏକ ଅଟୋ ଦୁର୍ଘଟଣାରେ ମାଲକାନଗିରିର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ଜଣଙ୍କ ହେଲେ, ଲିଙ୍ଗରାଜ ସେଠୀ।
ଆହତଙ୍କ ମଧ୍ୟରୁ ୨ ଜଣ ନାନକରାମଗୁଡ଼ା ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Advertisment ଅନ୍ୟ ୨ ଜଣ ରେନୁଭା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଏପଟେ ମୃତ ଲିଙ୍ଗରାଜଙ୍କ ମୃତଦେହ କିପରି ହାଇଦ୍ରାବାଦରୁ ମାଲକାନଗିରି ଅଣାଯିବ, ସେନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି।
ମୃତଦେହ ଫେରାଇ ଆଣିବା ସହ ମୃତକଙ୍କ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।