Minor Disappears While Fishing in Chilika: ଚିଲିକାକୁ ମାଛ ଧରିବାକୁ ଯାଇ ନାବାଳକ ନିଖୋଜ, ଦୁର୍ବୃତ୍ତ ଅପହରଣ କରିଥିବା ଅଭିଯୋଗ

Aug 11, 2026 - 13:26
Minor Disappears While Fishing in Chilika: ଚିଲିକାକୁ ମାଛ ଧରିବାକୁ ଯାଇ ନାବାଳକ ନିଖୋଜ, ଦୁର୍ବୃତ୍ତ ଅପହରଣ କରିଥିବା ଅଭିଯୋଗ

ଚିଲିକାକୁ ମାଛ ଧରିବାକୁ ଯାଇ ନାବାଳକ ନିଖୋଜ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ପରେ ଚିଲିକା ଯାଇ ପୋଲିସ୍ ଟିମ ଖୋଜାଖୋଜି କରୁଛି । 
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ହୁମା ଅଞ୍ଚଳରୁ କୃଷ୍ଣପ୍ରସାଦ କୁମାରପୁର ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲା ନାବାଳକ। ଗତକାଲି ରାତିରେ ଚିଲିକା ଭିତରକୁ ଯାଇ ମାଛ ଧରୁଥିବା ବେଳେ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।

ଏ ନେଇ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ। ଚିଲିକା ଭିତରେ କୃଷ୍ଣପ୍ରସାଦ ପୋଲିସ ପହଞ୍ଚି ତନାଘନା ଚଳାଇଛି। ଆଇଆଇସି ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଚିଲିକା ରେ ଖୋଜା ଖୋଜି କରୁଥିବା ସୂଚନା ମିଳିଛି।

ମାଛ ଧରିବାକୁ ଯାଇ ନାବାଳକ ନିଖୋଜ
ନିଖୋଜ ନାବାଳକ କୁମାରପୁର ଗାଁର 
ମାଛ ଧରୁଥିବା ବେଳେ ଦୁର୍ବୃତ୍ତ ଅପହରଣ କରିଥିବା ଅଭିଯୋଗ 
ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲା ନାବାଳକ
କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ 
ଚିଲିକାରେ ପୋଲିସ୍  ଟିମର ଖୋଜାଖୋଜି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।