National Pride on Display at Mangal Milan: ମଙ୍ଗଲ ମିଳନରେ ଉଡ଼ିଲା ତ୍ରିରଙ୍ଗା, ବୈଠକରେ ଦେଖିବାକୁ ମିଳିଥିଲା ଜାତୀୟତା ଭାବନା

Aug 11, 2026 - 13:26
National Pride on Display at Mangal Milan: ମଙ୍ଗଲ ମିଳନରେ ଉଡ଼ିଲା ତ୍ରିରଙ୍ଗା, ବୈଠକରେ ଦେଖିବାକୁ ମିଳିଥିଲା ଜାତୀୟତା ଭାବନା

ମଙ୍ଗଲ ମିଲନ କାର୍ଯ୍ୟକ୍ରମରେ ଉଡ଼ିଲା ତ୍ରିରଙ୍ଗା । ସଂସଦର ମୌସୁମୀ ଅଧିବେଶନ ସରିବା ପୂର୍ବରୁ ଆଜି ଏନଡିଏ ସଂସଦୀୟ ଦଳର ଶେଷ ସାପ୍ତାହିକ ବୈଠକ ବସିଥିଲା । ମଙ୍ଗଲ ମିଲନ ନାଁରେ ହେଉଥିବା ଏହି ବୈଠକ ଆରମ୍ଭରୁ ଜାତୀୟତା ଭାବନା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟ ମନ୍ତ୍ରୀ ଓ ଏନଡିଏ ସାଂସଦମାନେ ଛୋଟ ତ୍ରିରଙ୍ଗା ଧରି  ଉଡ଼ାଇଥିଲେ । ମୌସୁମୀ ଅଧିବେଶନ ୨ ଦିନ ଭିତରେ ସରିବାକୁ ଯାଉଥିବା ବେଳେ ବାକି କାର୍ଯ୍ୟ ଦିବସରେ ଏକଜୁଟ୍ ହେବାକୁ ବୈଠକରେ ସାଂସଦମାନଙ୍କୁ କୁହାଯାଇଥିଲା ।  

ବିରୋଧୀଙ୍କ ସଠିକ ମୁକାବିଲା ସହ ସଂସଦ ଯେମିତି ସୁରୁଖୁରୁରେ ଚାଲିବ, ସେ ନେଇ ଆଜି ଆଲୋଚନା ହୋଇଥିଲା । ସଂସଦରେ ଏନଡିଏର ଫ୍ଲୋର୍ ଷ୍ଟ୍ରାଟେଜି, ବାକି ଥିବା ବିଲ୍ ଓ ଅଧିବେଶନର ଶେଷ ପର୍ଯ୍ୟାୟର କାର୍ଯ୍ୟସୂଚୀ ଉପରେ ଗୁରୁତ୍ୱ ଦିଆଯାଇଛି।  ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ପ୍ରମୁଖଙ୍କ ସହ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ ।....

ମଙ୍ଗଲ ମିଳନରେ ଉଡ଼ିଲା ତ୍ରିରଙ୍ଗା
ଏନଡିଏ ସଂସଦୀୟ ଦଳର ସାପ୍ତାହିକ ବୈଠକ
ବୈଠକରେ ଦେଖିବାକୁ ମିଳିଥିଲା ଜାତୀୟତା ଭାବନା
ପିଏମ୍ ମୋଦିଙ୍କ ସହ ଏନଡିଏ ସାଂସଦ ଉଡ଼ାଇଲେ ତ୍ରିରଙ୍ଗା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।