Relief Supply Row: CDOଙ୍କୁ ଆସିକା ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ, ରିଲିଫ୍ ବଣ୍ଟନକୁ ନେଇ ବିବାଦ!
ପ୍ରଶାସନିକ ଅଧିକାରୀଙ୍କ ସହ ଜନପ୍ରତିନିଧିଙ୍କ ଆଚରଣକୁ ନେଇ ପୁଣି ଉଠିଛି ପ୍ରଶ୍ନ।
ଗଞ୍ଜାମ ଜିଲ୍ଲାରେ ଆସିକା ବିଧାୟକ ସରୋଜ ପାଢ଼ୀ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି।
ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ସମୀର ଜେନାଙ୍କ ସହ ବିଧାୟକ ଦୁର୍ବ୍ୟବହାର କରିଥିବା ନେଇ ସୂଚନା ମିଳିଛି।
Advertisment ସୂଚନା ଅନୁସାରେ, ରିଲିଫ୍ ଯୋଗାଣକୁ ନେଇ ଏହି ବିବାଦ ଉପୁଜିଥିବା କୁହାଯାଉଛି।
ରିଲିଫ୍ ସାମଗ୍ରୀ ବଣ୍ଟନ କିମ୍ବା ଯୋଗାଣ ସମ୍ପର୍କିତ କୌଣସି ପ୍ରସଙ୍ଗକୁ ନେଇ ବିଧାୟକ ଓ CDOଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଅଭିଯୋଗ ରହିଛି।
ତେବେ ଘଟଣା ସମୟରେ ପ୍ରକୃତରେ କ'ଣ ଘଟିଥିଲା ଏବଂ କେଉଁ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା, ସେନେଇ ସବିଶେଷ ତଥ୍ୟ ସାମ୍ନାକୁ ଆସିନାହିଁ।
ଅଫିସରେ ଉପସ୍ଥିତ କିଛି କର୍ମଚାରୀଙ୍କ ସୂଚନା ଅନୁସାରେ, ବିଧାୟକଙ୍କ ପକ୍ଷରୁ CDOଙ୍କ ସହ ଏଭଳି ଆଚରଣ କରାଯାଇଥିଲା।
ତେବେ ଏହି ଅଭିଯୋଗକୁ ନେଇ ଏଯାଏଁ ଆସିକା ବିଧାୟକ ସରୋଜ ପାଢ଼ୀ କିମ୍ବା CDO ସମୀର ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।
Advertisment ଜଣେ ନିର୍ବାଚିତ ପ୍ରତିନିଧି ଓ ଜଣେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏଭଳି ଅଭିଯୋଗ ଆସିବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।