EOW Conducts Major Raids: ED ପରେ ଏବେ EOW ରାଡାରରେ ରାଜା ଚକ୍ର, କେନ୍ଦୁଝରରେ ତଦନ୍ତ
ଖଣି ଦୁର୍ନୀତି ନେଇ କ୍ରାଇମବ୍ରାଞ୍ଚ EOWର ବଡ ରେଡ୍।
କ୍ରସର କିଣାବିକା ମାମଲାରେ ସରଜମିନ ତଦନ୍ତ କରୁଛି EOW।
ରାଜା ଚକ୍ର, ସଦାଶିବ ସାମଲ ଓ ଜ୍ୟୋତି ମିଶ୍ରଙ୍କ ଘର ଓ ଅଫିସ୍ ରେ ରେଡ୍ ଚାଲିଛି।
ଏହି ଖଣି ଦୁର୍ନୀତି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଅଛି ରାଜା ଚକ୍ର।
ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଅର୍ଥ କାରବାର ସମ୍ପର୍କିତ ମାମଲାରେ ଗତ ବର୍ଷ ମାର୍ଚ୍ଚ ମାସରେ ED ତାକୁ ଗିରଫ କରିଥିଲା।
Advertisment ଏବେ ପୁଣି ଏକ କ୍ରସର କିଣାବିକା ମାମଲାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
କ୍ରସର ମାଲିକଙ୍କ ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଛି EOW।
ଆଜି କେନ୍ଦୁଝର ସଦର ଥାନା ନୁନଝରଣ ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛି ଟିମ୍।
ରାଜା ଚକ୍ର ଓ ସହଯୋଗୀଙ୍କ ଘରେ ରେଡ୍ କେନ୍ଦୁଝର ଟାଉନରେ କ୍ରାଇମବ୍ରାଞ୍ଚ EOWର ଚଢାଉ ରାଜା ଚକ୍ର, ସଦାଶିବ ସାମଲ ଓ ଜ୍ୟୋତି ମିଶ୍ରଙ୍କ ଘର ଓ ଅଫିସ୍ ରେ ରେଡ୍ କ୍ରସର୍ କିଣାବିକା ମାମଲାରେ ସଦାଶିବ ସାମଲଙ୍କ ଘରେ ଚଢାଉ ସୂଚନା ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ରାଜା ଚକ୍ର Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।