Missing Girl Found: ବାରିପଦା ଛୁଆ ଚୋରି ଘଟଣାର ପର୍ଦ୍ଦାଫାସ! ସନ୍ତାନ ନଥିବାରୁ କୁନି ଝିଅକୁ ନେଇଯାଇଥିଲେ ଅଭିଯୁକ୍ତ

Oct 27, 2026 - 13:33
Missing Girl Found: ବାରିପଦା ଛୁଆ ଚୋରି ଘଟଣାର ପର୍ଦ୍ଦାଫାସ! ସନ୍ତାନ ନଥିବାରୁ କୁନି ଝିଅକୁ ନେଇଯାଇଥିଲେ ଅଭିଯୁକ୍ତ

ବାରିପଦା ଛୁଆ ଚୋରି ଘଟଣାର ପର୍ଦ୍ଦାଫାସ ପରେ ରହସ୍ୟ ସାମ୍ନାକୁ ଆସିଛି ।

ଛୁଆଟିକୁ ଆଣି ପୁଣି ତା ଘର ପାଖରେ ଛାଡ଼ିବା ପରେ ପୋଲିସକୁ କାରଣ କହିଛି ଛୁଆଟିକୁ ନେଇଯାଇଥିବା ବ୍ୟକ୍ତି।

ଛୁଆଟିଏ ପାଇଁ ରଙ୍କ ରଙ୍କ ହେଉଥିଲେ ବି ଶାରୀରିକ ଅକ୍ଷମତା ପାଇଁ ସେ ବାପା ହୋଇପାରିବନି ବୋଲି କହିଥିଲେ ଡାକ୍ତର ।

ବିଭିନ୍ନ ପ୍ରକାରେ ଔଷଧ ଖାଇ କିଛି ଲାଭ ନମିଳିବାରୁ ଶେଷରେ ବାହା ବି ହୋଇନଥିଲେ ।

ଆଉ ଘର ପାଖରେ କୁନି ଝିଅଟିକୁ ଏକୁଟିଆ ଦେଖି ପାଳିବ ବୋଲି ଘରକୁ ନେଇ ପଳାଇଥିବା ପୋଲିସକୁ କହିଛି ଅପହରଣକାରୀ ।

ବାରିପଦା ଭଂଜପୁର ଥାନା ଅଞ୍ଚଳରୁ କାଲି ଏକ ଛୋଟ ଝିଅ ନିଖୋଜ ହୋଇଯାଇଥିଲା ।

ଏନେଇ ଥାନାରେ ଅଭିଯୋଗ ହେବା ସହ ବିଭିନ୍ନ ମିଡିଆରେ ଖବର ପ୍ରସାରଣ ହୋଇଥିଲା ।

ପୋଲିସ ତନାଘନା ଚଳାଇଥିବା ବେଳେ ଆଜି ସକାଳେ ଘର ପାଖରେ ଛୁଆଟି ମିଳିଥିଲା ।

ଛୁଆଟିକୁ ଉଦ୍ଧାର କରିବା ସହ ଛାଡ଼ି ପଳାଉଥିବା ଲୋକକୁ କାବୁ କରି ପୋଲିସ ଜିମା ଦେଇଥିଲେ ଲୋକେ ।

ପୋଲିସ ଜେରା ବେଳେ ଅସଲ ରହସ୍ୟ ଫିଟାଇଥିଲା ଅପହରଣକାରୀ ।

ଅଭିଯୁକ୍ତ ହରେକୃଷ୍ଣ ଘୋଷର ଘର ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳରେ ।

ପିଲା ନଥିବାରୁ ମନସ୍ଥାପରେ ଥିବା ହରେକୃଷ୍ଣ କାଲି ଭଂଜପୁର ଅଞ୍ଚଳରେ ଛୁଆଟିକୁ ଏକୁଟିଆ ଦେଖି ଉଠାଇ ନେଇ ପଳାଇଥିଲା ।

ସାଇକେଲରେ ଧରି ଘରେ ପହଞ୍ଚିବା ପରେ ଘର ଲୋକ ତାକୁ ଗାଳି ଦେଇଥିଲେ ।

ପୋଲିସ କେସ ହେବ, ଛୁଆକୁ ଛାଡ଼ିଦେଇ ଆସେ କହିବାରୁ ହରେକୃଷ୍ଣ ପୁଣି ଛୁଆଟିକୁ ସାଇକେଲରେ ବସାଇ ଯେଉଁଠୁ ନେଇଥିଲା ସେଇଠି ଆଣି ଛାଡ଼ି ଦେଇଥିଲା ।

Advertisment ମାତ୍ର ୨୪ ଘଣ୍ଟା ଭିତରେ ନିଖୋଜ ଛୁଆଟି ମିଳିଯାଇଥିବାରୁ ପରିବାରରେ ଖୁସିର ଲହରି ଖେଳିଯାଇଛି ।

ଅନ୍ୟ ପକ୍ଷରେ ଅଭିଯୁକ୍ତ ହରେକୃଷ୍ଣକୁ ଅପହରଣ ମାମଲାରେ ଗିରଫ କରିଛି ଭଂଜପୁର ଥାନା ପୋଲିସ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।