29 OCTOBER 2026

Welcome!

Unlock your personalized experience.
Sign Up

Missing woman: ଗ୍ୱାଲିୟର ଚିଡ଼ିଆଖାନା ବାହାରୁ ନିଖୋଜ ମହିଳା ୨୦ ଦିନ ପରେ ଠାବ

Oct 29, 2026 - 20:26
Missing woman: ଗ୍ୱାଲିୟର ଚିଡ଼ିଆଖାନା ବାହାରୁ ନିଖୋଜ ମହିଳା ୨୦ ଦିନ ପରେ ଠାବ

ଗ୍ୱାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟରସ୍ଥିତ ଏକ ଚିଡ଼ିଆଖାନା ବୁଲିବାକୁ ସ୍ୱାମୀଙ୍କ ସହ ଆସିଥିବା ଜଣେ ୧୮ ବର୍ଷୀୟା ବିବାହିତା ମହିଳା ନିଖୋଜ ହେବାର ୨୦ ଦିନ ପରେ ଠାବ ହୋଇଛନ୍ତି। ତାଙ୍କୁ ପୁଲିସ ସୁରକ୍ଷିତ ଭାବେ ଖୋଜି ପାଇଛି। ତେବେ ସେ କିପରି ନିଖୋଜ ହେଲେ ଏବଂ ତାଙ୍କ ସହ ଜଣେ ଯୁବକଙ୍କ ସମ୍ପର୍କ କ’ଣ, ତାହାର ତଦନ୍ତ ଚାଲିଛି।

ପୁଲିସ ସୂଚନା ଅନୁଯାୟୀ, ମହିଳା ଜଣକ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ବାସିନ୍ଦା। ଅକ୍ଟୋବର ୬ ତାରିଖରେ ସେ ସ୍ୱାମୀଙ୍କ ସହ ଗ୍ୱାଲିୟରକୁ ଆସିଥିଲେ। ସେଠାରେ ସମ୍ପର୍କୀୟଙ୍କ ଘରକୁ ଯିବା ପରେ ସେ ଚିଡ଼ିଆଖାନା ବୁଲିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସ୍ୱାମୀ ତାଙ୍କୁ ନେଇ ଚିଡ଼ିଆଖାନା ଫାଟକ ନିକଟରେ ପହଞ୍ଚିଥିଲେ। ସେ ମୋଟରସାଇକେଲ୍‌ ରଖିବାକୁ ଯାଇଥିବାବେଳେ ପତ୍ନୀ ନିଖୋଜ ହୋଇଯାଇଥିଲେ। ପରେ ସ୍ୱାମୀ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସହ ତାଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ତାଙ୍କ ଫୋନ୍‌ ବନ୍ଦ ଥିଲା। ଶେଷରେ ସେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଚିଡ଼ିଆଖାନା ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାର ଦୃଶ୍ୟ ଯାଞ୍ଚ କରିବା ପରେ ଜଣେ ଯୁବକଙ୍କ ମୋଟରସାଇକେଲ୍‌ରେ ବସି ମହିଳା ଜଣକ ଚାଲିଯାଉଥିବା ଦେଖିବାକୁ ପାଇଥିଲା। ସିସିଟିଭି ଦୃଶ୍ୟ ଦେଖି ମହିଳାଙ୍କ ସ୍ୱାମୀ ମୋଟରସାଇକେଲ୍‌ ଚାଳକଙ୍କୁ ଆରମାନ ଖାନ୍‌ ବୋଲି ଚିହ୍ନଟ କରିଥିଲେ। ତାଙ୍କ ପତ୍ନୀଙ୍କ ସହ ଏହି ଯୁବକଙ୍କ ପ୍ରେମ ସମ୍ପର୍କ ଥିବା ସେ ସନ୍ଦେହ କରିଥିଲେ।

Death: ବିବାହିତା ମହିଳାଙ୍କୁ ପ୍ରେମ କରି ଘରକୁ ଆଣି ହରଡ଼ଘଣାରେ ପଡ଼ିଲେ, ଜୀବନ ହାରିଲେ ଯୁବକ

ପ୍ରାୟ ୨୦ ଦିନ ପରେ ମହିଳାଙ୍କୁ ଠାବ କରାଯାଇଥିଲା। ପଚରାଉଚରା ସମୟରେ ସେ କହିଥିଲେ ଯେ, ସେ ରାସ୍ତା ଭୁଲିଯାଇଥିଲେ ଏବଂ ଜଣେ ମୋଟରସାଇକେଲ୍‌ ଚାଳକଙ୍କଠାରୁ ସାହାଯ୍ୟ ମାଗି ଲିଫ୍ଟ ନେଇଥିଲେ। ସେ ଉକ୍ତ ଯୁବକଙ୍କ ସହ ପଳାଇ ଯାଇନଥିବା ଦାବି କରିଛନ୍ତି। ଗ୍ୱାଲିୟରର ମୁଖ୍ୟ ପୁଲିସ ଅଧିକାରୀ ରବିନ୍‌ ଜୈନ୍‌ କହିଛନ୍ତି ଯେ, ମହିଳାଙ୍କ ବୟାନ ଅଦାଲତରେ ରେକର୍ଡ କରାଯିବ। ତଦନ୍ତରୁ ମିଳିବାକୁ ଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।