Sundargarh Shines ରାଜ୍ୟ ସ୍କୁଲ ବକ୍ସିଂରେ ସୁନ୍ଦରଗଡ଼: ୪ ସ୍ବର୍ଣ୍ଣ, ୧୧ ରୌପ୍ୟ, ୧୭ କାଂସ୍ୟ ପଦକ

Oct 07, 2026 - 22:58
Sundargarh Shines ରାଜ୍ୟ ସ୍କୁଲ ବକ୍ସିଂରେ ସୁନ୍ଦରଗଡ଼: ୪ ସ୍ବର୍ଣ୍ଣ, ୧୧ ରୌପ୍ୟ, ୧୭ କାଂସ୍ୟ ପଦକ

"ସୁନ୍ଦରଗଡ଼(ଦେବ ଗଡ଼ତିଆ):  ରାଜ୍ୟସ୍ତରୀୟ ସ୍କୁଲ ବକ୍ସିଂରେ ସୁନ୍ଦରଗଡ଼ ଖେଳାଳି ଚମତ୍କାର ପ୍ରଦର୍ଶନ କରି ୪ ସ୍ୱର୍ଣ୍ଣ,୧୧ ରୌପ୍ୟ ଓ ୧୬ କାଂସ୍ୟ ପଦକ ହାସଲ କରି ଜାତୀୟସ୍ତର ପାଇଁ ଚୟନ ହୋଇଛନ୍ତି।

Advertisment World Boxing Future Cup: ବିଶ୍ବ ବକ୍ସିଂ ଫ୍ୟୁଚର୍‌ କପ୍‌: ଭାରତୀୟ ଯୁବ ବକ୍ସରଙ୍କ ଚମକ ଜାରି ବ୍ରହ୍ମପୁରସ୍ଥ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ୭୦ତମ ରାଜ୍ୟ ବକ୍ସିଂ ଚାମ୍ପିଅନସିପ୍‌ରେ ପିଏମ ଶ୍ରୀ ବିଏସ ସରକାରୀ ଉଚ୍ଚବିଦ୍ୟାଳୟ ବର୍ଗ-୧୪ ବିଭାଗର ବାଳକ ଅମିତ ରୋଶନ କେର୍କେଟା, ବର୍ଗ -୧୭ ବିଭାଗର ବାଳିକା ମାନସୀ ଓରାମ, ପୁଲିସ ହାଇସ୍କୁଲ ସୁନ୍ଦରଗଡ଼ର ବର୍ଗ-୧୭ ବିଭାଗର ବାଳକ ଅଂଶୁମାନ ପଟେଲ, ମହୁଲପାଲି ମହର୍ଷି ଦୟାନନ୍ଦ ମହାବିଦ୍ୟାଳୟ ବର୍ଗ-୧୭ ବିଭାଗର ବାଳକ ସ୍ଥିତପ୍ରଜ୍ଞ ପଟ୍ଟନାୟକ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲାର ଗୌରବ ବଢାଇଛନ୍ତି।

State-Level Boxing ରାଜ୍ୟସ୍ତରୀୟ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଛାତ୍ରୀ ମିକି ବେହେରାସୁନ୍ଦରଗଡ଼ର ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ମୁରଲୀଧର ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅଜୟ ପ୍ରଧାନ, ରାଜ୍ୟ ଆମେଚର ବକ୍ସିଂ ସଂଘ ସଂପାଦକ ଅନୀଲ ବହିଦାର ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।