MMDR Bill Sparks Political Row: MMDR ବିଲ୍ ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି, ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

Aug 22, 2026 - 16:47
MMDR Bill Sparks Political Row: MMDR ବିଲ୍ ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି, ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ଏମଏମଡିଆର୍ ବିଲକୁ ନେଇ ରାଜ୍ୟ ରାଜନୀତି ତେଜ୍। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି କଲା ବିରୋଧୀ କଂଗ୍ରେସ। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ ଆଜି ଲୋକ ଭବନରେ ରାଜ୍ୟପାଳଙ୍କୁ ଭେଟିଛି । MMDR ବିଲ୍ ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।

ରାମଚନ୍ଦ୍ର କାଡାମ କହିଛନ୍ତି, ଏମଏମଡିଆର ବିଲରେ ସରକାର ଯେଉଁ ସଂଶୋଧନ କରିଛନ୍ତି, କଂଗ୍ରେସ ତାହାକୁ ବିରୋଧ କରୁଛି । ଏହି ସଂଶୋଧନ ଯୋଗୁଁ ଓଡ଼ିଶା ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହରାଇବ। ଏଥିସହ ପ୍ରତିବର୍ଷ ରାଜ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କାର କ୍ଷତି ସହିବ। 

ଏପଟେ MMDR ଆଇନ ଦ୍ୱାରା ଓଡ଼ିଶାର କୌଣସି ଆର୍ଥିକ କ୍ଷତି ହେବ ନାହିଁ ବୋଲି କହିଛି ବିଜେପି। ଖଣିଜ ସମ୍ପଦରୁ ରାଜ୍ୟ ଓ ସାଧାରଣ ଲୋକ ଅଧିକ ଲାଭ ପାଇବେ। ୨୦୧୫ର ଖଣିଜ ଆଇନ ପରେ ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି ପାଇଛି ବୋଲି ଦାବି କରାଯାଇଛି। ବିରୋଧୀ ଦଳ MMDR ବିଷୟରେ ଭୁଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛି ବିଜେପି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଏହି ଆଇନ ସହାୟକ ହେବ ବୋଲି ଦାବି କରାଯାଇଛି।

 MMDR ବିଲ୍ ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି
ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲା ବିରୋଧୀ କଂଗ୍ରେସ
ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଭେଟିଲା ପ୍ରତିନିଧି ଦଳ 
ଏହି ବିଲ୍ ସଂଶୋଧନ କାରଣରୁ ରାଜ୍ୟ ୧ ଲକ୍ଷ କୋଟି ହରାଇବ: କାଡାମ୍ 
MMDR ଆଇନ ଦ୍ୱାରା ଓଡ଼ିଶାର କୌଣସି ଆର୍ଥିକ କ୍ଷତି ହେବ ନାହିଁ: ବିଜେପି
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।