Mobile Phone: ସ୍ମାର୍ଟଫୋନ୍‌ ଦରବୃଦ୍ଧି ଭାରତର ସର୍ବାଧିକ ୨୧%, ୪୦ ମଡେଲ୍‌ର ଦାମ୍‌ ବଢ଼ିଛି

Sep 09, 2026 - 14:26
Mobile Phone: ସ୍ମାର୍ଟଫୋନ୍‌ ଦରବୃଦ୍ଧି ଭାରତର ସର୍ବାଧିକ ୨୧%, ୪୦ ମଡେଲ୍‌ର ଦାମ୍‌ ବଢ଼ିଛି

"ନୂଆଦିଲ୍ଲୀ: ଚଳିତ ବର୍ଷ ବିଶ୍ୱର ଅନ୍ୟ ପ୍ରମୁଖ ବଜାର ତୁଳନାରେ ଭାରତରେ ମୋବାଇଲ ଫୋନ୍‌ ଦର ସବୁଠୁ ଅଧିକ ବଢ଼ିଛି।

କାଉଣ୍ଟରପଏଣ୍ଟ ରିସର୍ଚ୍ଚର ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଭାରତରେ ସ୍ମାର୍ଟଫୋନ୍‌ର ହାରାହାରି ଖୁଚୁରା ଦର ପ୍ରାୟ ୨୧% ବଢ଼ିଛି।

ଏହା ବିଶ୍ୱର ହାରାହାରି ୧୫% ଦରବୃଦ୍ଧି ତୁଳନାରେ ଯଥେଷ୍ଟ ଅଧିକ।

ରିପୋର୍ଟ ଅନୁସାରେ, ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୋବାଇଲ ଦର ୧୯% ଏବଂ ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରେ ୧୮% ବଢ଼ିଛି।

ଲାଟିନ୍‌ ଆମେରିକାରେ ଏହି ଦରବୃଦ୍ଧି ୧୬% ଥିବାବେଳେ ଚୀନ୍‌ରେ ୧୦%, ୟୁରୋପରେ ୭% ଓ ଆମେରିକାରେ ୫% ରହିଛି।

ସ୍ମାର୍ଟଫୋନ୍‌ର ଦର ବୃଦ୍ଧି ପଛରେ ମୁଖ୍ୟତଃ ମେମୋରି ଚିପ୍‌ ଓ ଅନ୍ୟାନ୍ୟ ଉପାଦାନର ମୂଲ୍ୟ ବୃଦ୍ଧି କାରଣ ରହିଛି।

ଏଆଇ ଡାଟା ସେଣ୍ଟର ପାଇଁ ଉଚ୍ଚ କ୍ଷମତାର ମେମୋରିର ଚାହିଦା ବଢ଼ିବାରୁ ମେମୋରି ନିର୍ମାତାମାନେ ଉତ୍ପାଦନ କ୍ଷମତାର ଏକ ବଡ଼ ଅଂଶ ଏଆଇ ସମ୍ବନ୍ଧୀୟ ଚିପ୍‌କୁ ନେଉଛନ୍ତି।

ଏହାର ପ୍ରଭାବରେ ସ୍ମାର୍ଟଫୋନ୍‌ ପାଇଁ ଆବଶ୍ୟକ ଡିରାମ୍‌ ଓ ଏନ୍‌ଏଏନ୍‌ଡି ମେମୋରିର ଯୋଗାଣ ପ୍ରଭାବିତ ହୋଇଛି।Advertisment ମୂଲ୍ୟ ବୃଦ୍ଧି ରହିଛି ଅନ୍ୟାନ୍ୟ କାରଣ ଭାରତ ଭଳି ମୂଲ୍ୟ ସମ୍ବେଦନଶୀଳ ବଜାରରେ ଏହାର ପ୍ରଭାବ ଅଧିକ ପଡ଼ିଛି।

କାରଣ ଏଠାରେ ଅଧିକ ନିମ୍ନ ଓ ମଧ୍ୟମ ଦାମର ଫୋନ୍‌ ବିକ୍ରି ହୋଇଥାଏ।

ନିର୍ମାତାମାନଙ୍କ ପାଇଁ ବଢ଼ିଥିବା ଉତ୍ପାଦନ ଖର୍ଚ୍ଚକୁ ସମ୍ପୂର୍ଣ୍ଣ ନିଜେ ବହନ କରିବା କଷ୍ଟକର ହେବାରୁ ତାହାର ଏକ ଅଂଶ ଗ୍ରାହକଙ୍କ ଉପରେ ପଡ଼ୁଛି।

କାଉଣ୍ଟରପଏଣ୍ଟ ଅନୁସାରେ, ୨୦୨୬ରେ ଏପର୍ଯ୍ୟନ୍ତ ବିଶ୍ୱ ବଜାରରେ ୪୦%ରୁ ଅଧିକ ସ୍ମାର୍ଟଫୋନ୍‌ ମଡେଲର ଦରବୃଦ୍ଧି ହୋଇଛି।

ନୂଆ ଉନ୍ମୋଚନ ହେଉଥିବା ଫୋନ୍‌ଗୁଡ଼ିକ ମଧ୍ୟ ପୂର୍ବ ବର୍ଷର ସମାନ ମଡେଲ ତୁଳନାରେ ହାରାହାରି ୨୫% ଅଧିକ ଦାମରେ ଆସୁଛି।

କେତେକ ମଡେଲର ଦର ପ୍ରାୟ ଦୁଇଗୁଣା ହୋଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

ଏହି ଦରବୃଦ୍ଧିର ପ୍ରଭାବରେ ଗ୍ରାହକମାନେ ନୂଆ ଫୋନ୍‌ କିଣିବାକୁ ବିଳମ୍ବ କରୁଛନ୍ତି।

କମ୍‌ ଷ୍ଟୋରେଜ୍‌ ଥିବା ମଡେଲ ବାଛିବା ସହ ପୁରୁଣା ବା ରିଫର୍ବିସ୍‌ଡ୍‌ ଫୋନ୍‌ ପ୍ରତି ଆଗ୍ରହ ବଢ଼ୁଛି।

ଭାରତରେ ସ୍ମାର୍ଟଫୋନ୍‌ର ଦର ବଢ଼ିବା ସହ ବଜେଟ୍‌ ବର୍ଗରେ ଚାହିଦା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି।

ଶିଳ୍ପ ସୂତ୍ର ଅନୁସାରେ, ୨୦୨୬ର ପ୍ରଥମ ତ୍ରୈମାସିକରେ ବିଶ୍ୱ ସ୍ମାର୍ଟଫୋନ୍‌ର ହାରାହାରି ବିକ୍ରୟ ଦର ୫୫୦ ଡଲାରରେ ପହଞ୍ଚିଥିଲା ଯାହା ବର୍ଷକ ମଧ୍ୟରେ ୧୦୦ ଡଲାର ବଢ଼ିଛି।

ବିଶେଷଜ୍ଞଙ୍କ ମତରେ, ମେମୋରି ଚିପ୍‌ର ଦର ଓ ଉତ୍ପାଦନ ଖର୍ଚ୍ଚ ଉପରେ ଚାପ ଜାରି ରହିଲେ ଆଗାମୀ ଦିନରେ ସ୍ମାର୍ଟଫୋନ୍‌ ବଜାରରେ ଅଧିକ ଦରବୃଦ୍ଧି ଦେଖିବାକୁ ମିଳିପାରେ।

ଆରବୀୟ ଲୋକନୃତ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।