Mobile Phone: ମୋବାଇଲ୍‌ ରିଟେଲରଙ୍କ ଏମ୍‌ଡିଆର୍‌ ଛାଡ଼ ଦାବି

Sep 17, 2026 - 13:55
Mobile Phone: ମୋବାଇଲ୍‌ ରିଟେଲରଙ୍କ ଏମ୍‌ଡିଆର୍‌ ଛାଡ଼ ଦାବି

"ନୂଆଦିଲ୍ଲୀ: ଦେଶର ମୋବାଇଲ୍ ଫୋନ୍ ଖୁଚୁରା ବ୍ୟବସାୟୀମାନେ ବର୍ତ୍ତମାନ ବ୍ୟବସାୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ମୋବାଇଲ୍ ଫୋନ୍ ବିକ୍ରିରେ ମାନ୍ଦାବସ୍ଥା, ହ୍ୟାଣ୍ଡସେଟ୍ ଦର ବୃଦ୍ଧି ଓ ଡିଜିଟାଲ୍ ପେମେଣ୍ଟ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍‌ଡିଆର୍‌) ଲାଗୁ ହେବା ଯୋଗୁଁ ସେମାନଙ୍କ ଉପରେ ଅତିରିକ୍ତ ଚାପ ପଡ଼ୁଛି।

ପରିସ୍ଥିତିକୁ ନଜରରେ ରଖି ଏମ୍‌ଡିଆର୍‌ ଛାଡ଼ କରିବାକୁ ରିଟେଲର ସଂଘ ଦାବି କରିଛି।

ଖୁଚୁରା ବ୍ୟବସାୟୀମାନଙ୍କ କହିବା ଅନୁସାରେ, ବ୍ୟବସାୟ ଉପରେ ଚାପ ଜାରି ରହିଲେ ଦୀପାବଳି ପରେ ଅନେକ ମୋବାଇଲ୍ ଷ୍ଟୋର୍‌ ବନ୍ଦ ହୋଇଯିବ।

ଦୀପାବଳି ହେଉଛି ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ବିକ୍ରି ସବୁଠୁ ବଡ଼ ସମୟ।

ସମ୍ପ୍ରତି ମୋବାଇଲ୍ ରିଟେଲ୍ ବଜାରରେ ବିକ୍ରି କମିବାରେ ଲାଗିଛି।

ଅଗଷ୍ଟର ଦ୍ୱିତୀୟାର୍ଦ୍ଧରେ ପ୍ରମୁଖ ସ୍ମାର୍ଟଫୋନ୍ ବିକ୍ରି ୩୦–୪୦% କମିଥିଲା ଓ ସେପ୍ଟେମ୍ବର ୧ରୁ ବିକ୍ରିରେ ଆହୁରି ୪୦–୫୦% ହ୍ରାସ ହୋଇଥିବା ରିଟେଲରମାନେ କହିଛନ୍ତି।Advertisment ଦୀପାବଳି ପରେ ଷ୍ଟୋର୍‌ ବନ୍ଦ ଆଶଙ୍କା ସ୍ମାର୍ଟଫୋନ୍ ତିଆରିରେ ବ୍ୟବହୃତ ମେମୋରି ଚିପ୍‌ର ଦର ବୃଦ୍ଧି ସହିତ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିବାରୁ ହ୍ୟାଣ୍ଡସେଟ୍‌ର ଦର ବଢ଼ୁଛି।

ଏହାର ପ୍ରଭାବରେ ବିଶେଷକରି ମଧ୍ୟମ ମୂଲ୍ୟର ଫୋନ୍‌ର ବିକ୍ରି ପ୍ରଭାବିତ ହୋଇଛି।

ସର୍ବଭାରତୀୟ ମୋବାଇଲ୍‌ ରିଟେଲର୍‌ ସଂଘ (ଏଆଇଏମ୍‌ଆର୍‌ଏ)ର ଏକ ସର୍ଭେରେ ଭାଗ ନେଇଥିବା ୧,୧୨୬ ଜଣ ରିଟେଲରଙ୍କ ମଧ୍ୟରୁ ୬୧% ୨୦୨୬ର ପ୍ରଥମ ଛଅ ମାସରେ ମୋବାଇଲ୍‌ ବିକ୍ରି ଗତବର୍ଷ ତୁଳନାରେ କମିଥିବା କହିଥିଲେ।

ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାରରେ ୦.୪% ଏମ୍‌ଡିଆର୍‌ ଲାଗୁ ହେବାକୁ ନେଇ ଖୁଚୁରା ବ୍ୟବସାୟୀମାନେ ମଧ୍ୟ ଚିନ୍ତା ପ୍ରକଟକରିଛନ୍ତି।

ସେମାନଙ୍କ କହିବାନୁସାରେ, ମୋବାଇଲ୍ ଭଳି ଦାମୀ ସାମଗ୍ରୀ କିଣିବା ସମୟରେ ଡିଜିଟାଲ୍ ପେମେଣ୍ଟର ମୂଲ୍ୟ ଅଧିକ ହେଉଥିବାରୁ ଏମ୍‌ଡିଆର୍‌ ଲାଗୁ ହେବାର ପ୍ରଭାବ ରହିବ।

ତାହା ବ୍ୟବସାୟ ମାର୍ଜିନକୁ ପ୍ରଭାବିତ କରିବ।

ଏମ୍‌ଡିଆର୍‌ ପାଇଁ ଭବିଷ୍ୟତରେ ଦରବୃଦ୍ଧି ସମସ୍ୟା ଦେଖାଦେବ ବୋଲି ସେ କହିଛନ୍ତି।

ମୋବାଇଲ୍ ରିଟେଲରମାନେ ସରକାରଙ୍କୁ ଏମ୍‌ଡିଆର୍‌ ଛାଡ଼ କରିବା ସହିତ ଶିଳ୍ପକୁ ଅନ୍ୟାନ୍ୟ ସହାୟତା ଦେବାକୁ ଅନୁରୋଧ କରିଛନ୍ତି।

ଗ୍ରାହକଙ୍କ ପାଇଁ ମୋବାଇଲ୍ ଦରକୁ ସୁଲଭ ରଖିବା ଓ ଅଫ୍‌ଲାଇନ୍ ରିଟେଲ୍ ନେଟୱର୍କକୁ ବଞ୍ଚାଇ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରିଟେଲରମାନେ କହିଛନ୍ତି।

NITI Aayog EV Index: ନିତି ଆୟୋଗ ଇଭି ସୂଚକାଙ୍କ: ଅଷ୍ଟମ ସ୍ଥାନକୁ ଖସିଲା ଓଡ଼ିଶା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।