Attacked Weapon: ଭସାଣି ବେଳେ ଗଣ୍ଡଗୋଳ; ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
"ବାଲିପାଟଣା : ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ଥାନା ବାରହଳ ଗ୍ରାମରେ ଗଣେଶ ପୂଜା ଭସାଣି ବେଳେ ଡିଜେ ବଜାଇ ବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି | ସେହି ଗାଁର ଜନୈକ ଯୁବକଙ୍କୁ ଗୋଟିଏ ଗୋଷ୍ଠୀ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି | ଏନେଇ ଥାନାରେ ୨ ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି | Advertisment ସୂଚନା ଅନୁସାରେ ଗତକାଲି ରାତିରେ ରାଜସ ପଞ୍ଚାୟତ ବାରହଳ ଗ୍ରାମରେ ଗଣେଶ ପୂଜା ଭସାଣି ଉତ୍ସବ ଆୟୋଜନ ହୋଇଥିଲା | ପାଖ ଗାଁ ରାସ୍ତାରେ ଡିଜେ ବଜାଇ ଯୁବକମାନେ ନାଚ ଗୀତ କରୁଥିଲେ | ଡିଜେ ସାଉଣ୍ଡ ଓ ପିଲାମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ | ଝଗଡା ଉଗ୍ର ରୂପ ନେଇଥିଲା | ପ୍ରଥମେ କଥା କଟାକଟି ଏବଂ ହାତାହାତି ହୋଇଥିଲେ | ସେହି ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ଅକ୍ରୁର ପ୍ରଧାନଙ୍କବଡ଼ ପୁଅ ଦେବାଶିଷ ପ୍ରଧାନ ଏବଂ ମଝିଆଁ ପୁଅ ଆଶିଷ ଓରଫ କାଳୁ ଖେଲାର ବଜାରରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ | ୨ ଭାଇ ବାରହଳ ଗାଁ ମୁଣ୍ଡରେ ଭସାଣି ଭିଡରେ ଅଟକି ଯାଇଥିଲେ | କୌଣସି କଥାକୁ କେନ୍ଦ୍ର କରି ବର୍ତ୍ତମାନର ୱାର୍ଡ ସଭ୍ୟ ବିଭୁତି ଭୂଷଣ ସାହୁ ଓ ତାଙ୍କ ଭାଇମାନେ ଏବଂ ବାପା ମିସି ଆସିସ ପ୍ରଧାନ ଓରଫ କାଳୁ ( ୩୨ ) କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ | କାଳୁଙ୍କ ମୁଣ୍ଡ ପଛ ପାଖରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଲରାଯାଇଥିଲା | ଅବସ୍ଥା ସଙ୍କଟା ପନ୍ନ ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି | ଏକ ଘରୋଇ ହସ୍ପିଟାଲରେ ଆହତ ଯୁବକ ଚିକିତ୍ସାଧୀନ ଅଛନ୍ତି | ବଡ଼ ଭାଇ ଦେବାଶିଷ ପ୍ରଧାନଙ୍କ ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର ଏବଂ ରାଜନୈତିକ ବିବାଦକୁ କେନ୍ଦ୍ର କରି ୱାର୍ଡ ସଭ୍ୟ ବିଭୁତି ତାଙ୍କ ଭାଇ ଗୁଣ ନିଧି , ପୁର୍ଣ ଚନ୍ଦ୍ର, ସଦାଶିବ, ବିଭୁତି ଭୁଷଣ ଏବଂ ବାପା ବୁଲେଇ ସାହୁ ତୀକ୍ଷ୍ଣ ଅସ୍ତ୍ରରେ ଭାଇକୁ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି | ୨ ପକ୍ଷରୁ ହୋଇଥିବା ଅଭିଯୋଗକୁ ତଦନ୍ତ ଜାରି ରଖିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି | ଓଡ଼ିଶା ଡିଜିପି ଚୟନ ମାମଲା: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଲେ ଆଡଭୋକେଟ୍ ଜେନେରାଲ୍, ପରବର୍ତ୍ତୀ ଶୁଣାଣି ୨୨ରେ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।