Modi Netanyahu Talks: ପଶ୍ଚିମ ଏସିଆ ଓ ଦ୍ବିପାକ୍ଷିକ ପ୍ରସଙ୍ଗରେ କଥା ହେଲେ ମୋଦୀ-ନେତାନ୍ୟାହୁ

Aug 07, 2026 - 11:38
Modi Netanyahu Talks: ପଶ୍ଚିମ ଏସିଆ ଓ ଦ୍ବିପାକ୍ଷିକ ପ୍ରସଙ୍ଗରେ କଥା ହେଲେ ମୋଦୀ-ନେତାନ୍ୟାହୁ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଗୁରୁବାର ଦ୍ବିପାକ୍ଷିକ ସମ୍ପର୍କ ସମୀକ୍ଷା କରିବା ସହିତ ପଶ୍ଚିମ ଏସିଆ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନେତାନ୍ୟାହୁ ତାଙ୍କୁ ଫୋନ କରିଥିବା କଥା କହିଛନ୍ତି।Advertisment ବିଭିନ୍ନ ଦିଗର ପ୍ରଗତି ଉପରେ ସମୀକ୍ଷା ଭାରତ-ଇସ୍ରାଏଲ ସ୍ୱତନ୍ତ୍ର ରଣନୈତିକ ସହଭାଗୀର ବିଭିନ୍ନ ଦିଗ ଉପରେ ପ୍ରଗତି ନେଇ ଉଭୟ ସମୀକ୍ଷା କରିଥିବା କହିଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ମୋଦୀ ଓ ନେତାନ୍ୟାହୁ ଦୁଇ ଦେଶର ପାରସ୍ପରିକ ଲାଭ ପାଇଁ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜଭୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ଫୋନ୍‌ରେ ଦୁଇ ରାଷ୍ଟ୍ର ମୁଖ୍ୟ ପଶ୍ଚିମ ଏସିଆ ସ୍ଥିତି ଉପରେ ଆଲୋଚନା କରିଥିଲେ ମଧ୍ୟ ଏ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନାହିଁ।

ସୂଚନାଯୋଗ୍ୟ, ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ।

SIR: ଏସ୍‌ଆଇଆର୍‌ ପରେ ପଶ୍ଚିମବଙ୍ଗ ହାଉସିଂ ଯୋଜନା ହିତାଧିକାରୀ ତାଲିକାରୁ ୫୭,୦୦୦ ନାଁ ବାଦ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।