Modi Praises Captain Smit Machchhar for Courage: ସଙ୍କଟ ସମୟରେ ହନୁମାନ ଚାଳିଶା ଜପ କରୁଥିଲେ ସ୍ମିତ୍, ମୋଦିଙ୍କୁ କହିଲେ ଅନୁଭୂତି

Oct 02, 2026 - 13:35
Modi Praises Captain Smit Machchhar for Courage: ସଙ୍କଟ ସମୟରେ ହନୁମାନ ଚାଳିଶା ଜପ କରୁଥିଲେ ସ୍ମିତ୍, ମୋଦିଙ୍କୁ କହିଲେ ଅନୁଭୂତି

‘ଫ୍ଲାଏଦୁବାଇ’ ବିମାନର ପାଇଲଟ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୟାପଟେନ ସ୍ମିତଙ୍କ ସାହସିକତାକୁ ପ୍ରଶଂସା କରିବା ସହ ଆରୋଗ୍ୟ କାମନା କଲେ ମୋଦି। ନିଜର ଅନୁଭୂତି ଓ ଘଟଣା ସଂପର୍କରେ ମୋଦିଙ୍କୁ କହିଛନ୍ତି ସ୍ମିତ ମଚ୍ଛାର। ସେ କହିଛନ୍ତି,‘କୌଣସି କଷ୍ଟ କିମ୍ବା ବିପଦ ସମୟରେ ସେ ହନୁମାନ ଚାଳିଶା ପାଠ କରନ୍ତି। ସେହି ସଙ୍କଟ ସମୟରେ ମଧ୍ୟ ସେ ହନୁମାନ ଚାଳିଶା ଜପ କରୁଥିଲେ।

ବିମାନରେ ତାଙ୍କୁ ଆକ୍ରମଣ ସତ୍ତ୍ୱେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ ମଚ୍ଛାର। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ କ୍ୟାପଟେନ ସ୍ମିତ୍  ଧୈର୍ଯ୍ୟ, ଉପସ୍ଥିତ ବୁଦ୍ଧି ଏବଂ ସାହସର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟ ଆମକୁ ଗର୍ବିତ କରେ। ଆଜି ସମଗ୍ର ବିଶ୍ୱ ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି। କ୍ୟାପଟେନ ସ୍ମିତ୍ ମଚ୍ଛାର ଜଣେ ବୀର ଅଟନ୍ତି। ତାଙ୍କ ପାଇଁ ଭାରତ ଆଜି ଗର୍ବିତ। 

ପାଇଲଟ୍ ସ୍ମିତଙ୍କ ସହ ମୋଦିଙ୍କ କଥାବାର୍ତ୍ତା

କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନିଜ ଅନୁଭୂତି ଓ ଘଟଣା ସଂପର୍କରେ ମୋଦିଙ୍କୁ କହିଲେ ମଚ୍ଛାର
ସାହସିକତାକୁ ପ୍ରଶଂସା ସହ ଆରୋଗ୍ୟ କାମନା କଲେ ମୋଦି
ବିମାନରେ ଆକ୍ରମଣ ସତ୍ତ୍ୱେ ୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ ମଚ୍ଛାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।