Mohan Majhi Backs SIR: ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ SIRକୁ ସମର୍ଥନ, ସ୍ୱଚ୍ଛ ଭୋଟର ତାଲିକା ଉପରେ ଜୋର୍

Oct 12, 2026 - 16:41
Mohan Majhi Backs SIR: ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ SIRକୁ ସମର୍ଥନ, ସ୍ୱଚ୍ଛ ଭୋଟର ତାଲିକା ଉପରେ ଜୋର୍

'SIR'କୁ ଆବଶ୍ୟକୀୟ ଓ ଗଠନମୂଳକ ଅଭ୍ୟାସ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ନିଜର ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ SIR ଅତ୍ୟନ୍ତ ଆବଶ୍ୟକ। ଏହାଦ୍ୱାରା ନିର୍ବାଚନୀ ରେକର୍ଡର ନିର୍ଭରଯୋଗ୍ୟତା ବଜାୟ ରହିବ।

ସଠିକ୍ ଭୋଟର ତାଲିକା ସୁନିଶ୍ଚିତ କରିବା କେବଳ ଏକ ପ୍ରଶାସନିକ ଆବଶ୍ୟକତା ନୁହେଁ, ବରଂ ଗଣତନ୍ତ୍ରରେ ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବାର ଏକ ମାଧ୍ୟମ ବୋଲି ସେ ମତ ଦେଇଛନ୍ତି। ଏଥିସହ ଯୋଗ୍ୟ ଭୋଟରମାନେ ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି, ସେଥିପ୍ରତି SIR ଗୁରୁତ୍ୱ ଦେଇଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱଚ୍ଛ ଭୋଟର ତାଲିକା ଓ ଗଣତନ୍ତ୍ର ପ୍ରତି ଜନତାଙ୍କ ବିଶ୍ୱାସ ବଜାୟ ରଖିବାରେ SIR ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ।...

"SIR ଆବଶ୍ୟକ ଓ ଗଠନମୂଳକ ଅଭ୍ୟାସ"- ମୁଖ୍ୟମନ୍ତ୍ରୀ
'SIR'କୁ ଆବଶ୍ୟକୀୟ ଓ ଗଠନମୂଳକ ଅଭ୍ୟାସ କହିଲେ ମୁଖ୍ୟମନ୍ତ୍ରୀ
ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ 'ଏକ୍ସ'ରେ ପ୍ରତିକ୍ରିୟା
‘ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ଏହା ସାହାଯ୍ୟ କରିବ’
‘ସ୍ୱଚ୍ଛ ଓ ସଠିକ୍  ଭୋଟର ତାଲିକା ପ୍ରସ୍ତୁତି ପାଇଁ SIR ଆବଶ୍ୟକ’
‘ସଠିକ୍  ଭୋଟର ତାଲିକା ସୁନିଶ୍ଚିତ କରିବା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ’
‘ବରଂ ଏହା ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସ ସୁଦୃଢ଼ କରିବାକୁ ଅତ୍ୟାବଶ୍ୟକ’
‘ଯୋଗ୍ୟ ଭୋଟରମାନେ ଯେପରି ବାଦ୍  ନ ପଡ଼ିବେ SIR ସୁନିଶ୍ଚିତ କରେ’
‘ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ 'SIR' ଅତ୍ୟାବଶ୍ୟକ’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।