Monsoon season: ସରିଲା ମୌସୁମୀ ଋତୁ: ଦେଶରେ ୧୩% କମ୍, ରାଜ୍ୟରେ ୨୬% ଅଧିକ ବର୍ଷା
"ଭୁବନେଶ୍ବର: ଚଳିତବର୍ଷ ମୌସୁମୀ ଋତୁରେ ଦେଶରେ ସ୍ବାଭାବିକଠାରୁ ୧୩% କମ୍ ବର୍ଷା ହୋଇଛି।
ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଦେଶର ସମଗ୍ର ବର୍ଷା ଦୀର୍ଘକାଳୀନ ହାର(ଏଲ୍ପିଏ)ର ୮୭% ରହିଛି।
ମୋଟ ୭୫୯.୪ ମିମି ବର୍ଷା ହୋଇଛି, ଯାହାକି ୨୦୦୧ ପରଠାରୁ ଏହା ଚତୁର୍ଥ ସର୍ବନିମ୍ନ ଏବଂ ୧୯୦୧ ପରଠାରୁ ୧୩ତମ ସର୍ବନିମ୍ନ ବର୍ଷା ବୋଲି ଜଣାପଡ଼ିଛି।
ଉତ୍ତର-ପଶ୍ଚିମ ଭାରତରେ ଏଲ୍ପିଏର ୯୪.୧%, କେନ୍ଦ୍ରୀୟ ଭାରତରେ ୯୭%, ଦକ୍ଷିଣ ଉପଦ୍ୱୀପରେ ୭୬% ଓ ଉତ୍ତର-ପୂର୍ବ ଭାରତରେ ୭୪% ବର୍ଷା ହୋଇଛି।
Advertisment Weather: ମୌସୁମୀ ପ୍ରତ୍ୟାବର୍ତ୍ତନ ସହ ସାମ୍ନାକୁ ଆସିଲା ଇନସାଟ୍ ଛବି ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ୧୦୧୭.୧ ମିମି ବର୍ଷା ହୋଇଥିବା ବେଳେ ଏହା ୧୯୦୧ ପରଠାରୁ ସର୍ବନିମ୍ନ।
ଦକ୍ଷିଣ ଉପଦ୍ୱୀପରେ ୫୪୨ ମିମି ବର୍ଷା ହୋଇଛି, ଯାହା ୧୯୦୧ ପରଠାରୁ ଚତୁର୍ଥ ଏବଂ ୨୦୦୧ ପରଠାରୁ ଦ୍ୱିତୀୟ ସର୍ବନିମ୍ନ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ କେନ୍ଦ୍ରୀୟ ଭାରତରେ ସ୍ବାଭାବିକ ବର୍ଷା ହୋଇଛି।
ଦେଶର ଅଧିକାଂଶ ବର୍ଷା ନିର୍ଭର କୃଷି ଅଞ୍ଚଳକୁ ନେଇ ଗଠିତ ମୌସୁମୀ "କୋର୍ ଜୋନ୍"ରେ ୭୭୯.୯ ମିମି ବର୍ଷା ହୋଇଛି।
ଏହା ସ୍ୱାଭାବିକ ବର୍ଷାର ନିମ୍ନ ସୀମା ୭୮୨.୮ ମିମିଠାରୁ ମଧ୍ୟ କମ୍ ରହିଛି।
ଓଡ଼ିଶାରେ ଏକମାତ୍ର ରାଜ୍ୟ ଭାବେ ସ୍ବାଭାବିକଠାରୁ ୨୯% ଅଧିକ ବର୍ଷା ହୋଇଛି।
ମୌସୁମୀ ସମୟରେ ଓଡ଼ିଶାରେ ୧୧୫୦.୨ ମିମି ବର୍ଷା ହୋଇଥାଏ।
ତେବେ ଏଥରକ ୧୪୮୨.୩ ମିମି ବର୍ଷା ହୋଇଛି।
ରାଜସ୍ଥାନ, ହରିୟାଣା, ବିହାର, ପଞ୍ଜାମ, ଅରୁଣାଚଳପ୍ରଦେଶ, ଆସାମ, ମଣିପୁର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ପଣ୍ଡିଚେରି, ଲାକ୍ଷାଦ୍ବୀପରେ ସ୍ବାଭାବିକଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି।
ଅନ୍ୟ ସମସ୍ତ ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
Odisha Weather Alert: ଉତ୍ତର ଆଣ୍ଡାମାନରେ ଲଘୁଚାପ, ୨୧ରୁ ଦକ୍ଷିଣ ଓ ପୂର୍ବ ଉପକୂଳ ଓଡ଼ିଶାରେ ବର୍ଷା ଉତ୍ତର ମ୍ୟାମାର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବାଂଲାଦେଶ, ମିଜୋରାମ ଓ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଥିବା ସୁଦୃଶ୍ୟ ଲଘଚାପ କ୍ଷେତ୍ର ସେହି ଅଞ୍ଚଳରେ ଅପରିବର୍ତ୍ତିତ ରହିଛି।
ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ମିଜୋରାମ, ତ୍ରିପୁରା ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ କ୍ରମଶଃ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ।
ଆସନ୍ତା ଦୁଇ ଦିନ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଅକ୍ଟୋବର ୫ ମଧ୍ୟରେ ଭୁବନେଶ୍ୱରରେ କୌଣସି ବଡ଼ଧରଣର ପ୍ରତିକୂଳ ପାଣିପାଗର ପ୍ରଭାବ ନାହିଁ।
ଦିନସାରା ମୁଖ୍ୟତଃ ପରିଷ୍କାର ଆକାଶ ସହ ସୂର୍ଯ୍ୟାଲୋକ ରହିବ।
ତେବେ ବାୟୁମଣ୍ଡଳରେ ଆର୍ଦ୍ରତା ଏବଂ ଦିପ୍ରହରର ଉତ୍ତାପ ଯୋଗୁଁ ସ୍ଥାନୀୟ ଅସ୍ଥିରତା ସୃଷ୍ଟି ହୋଇ ଅପରାହ୍ଣ କିମ୍ବା ସନ୍ଧ୍ୟା ସମୟରେ ହାଲୁକାରୁ ମଧ୍ୟମ ଧରଣର ବିଜୁଳି-ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।