04 SEPTEMBER 2026

Welcome!

Unlock your personalized experience.
Sign Up

Mouni Roy: ବିଚ୍ଛେଦ ପରେ ଯନ୍ତ୍ରଣାରେ ମୌନି; କହିଲେ- ‘କ୍ଷମା କରିଦେବା ହିଁ ଠିକ୍’

Jun 24, 2026 - 23:21
Mouni Roy: ବିଚ୍ଛେଦ ପରେ ଯନ୍ତ୍ରଣାରେ ମୌନି; କହିଲେ- ‘କ୍ଷମା କରିଦେବା ହିଁ ଠିକ୍’

ମୁମ୍ବାଇ: ଟେଲିଭିଜନବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ମୌନି ରଏ ନିଜ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ସ୍ୱାମୀ ସୂରଜ ନାମ୍ବିଆରଙ୍କ ସହ ବିବାହ ବିଚ୍ଛେଦ ପରେ ସେ ପ୍ରଥମ ଥର ପାଇଁ ହୃଦୟ ଭାଙ୍ଗିବା, ଆତ୍ମିକ ଚିକିତ୍ସା (ହିଲିଂ) ଏବଂ କ୍ଷମାର ମହତ୍ତ୍ୱ ଉପରେ ଖୋଲାଖୋଲି ମତ ରଖିଛନ୍ତି।

ଏକ ସାକ୍ଷାତକାରରେ ମୌନି କହିଛନ୍ତି ଯେ, ଛୋଟବେଳୁ ସେ ସହଜରେ ଲୋକଙ୍କୁ କ୍ଷମା କରିଦିଅନ୍ତି। ଏବେ ବି  ସେହି ସମାନ ଅଭ୍ୟାସ ତାଙ୍କ ପାଖରେ ରହିଛି। କିନ୍ତୁ ପୂର୍ବରୁ ଘଟିଥିବା କଥାକୁ ଭୁଲିବା ତାଙ୍କ ପାଇଁ ସହଜ ନଥିଲା। ତେବେ ନିଜର ବ୍ୟକ୍ତିଗତ ଏବଂ ଆଧ୍ୟାତ୍ମିକ ଯାତ୍ରା ପରେ ସେ ବୁଝିପାରିଛନ୍ତି ଯେ, କ୍ଷମା କରିଦେବା ହିଁ ଠିକ୍ ପଦକ୍ଷେପ। ବାକି ସବୁକିଛି ସମୟ ଏବଂ ଭଗବାନଙ୍କ ଉପରେ ଛାଡ଼ି ଦେବା ଉଚିତ।

କୋଲକାତାରେ ନିର୍ମାଣାଧୀନ ଗୋଦାମ ଗୃହର ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ

କୌଣସି ଘଟଣାକୁ ମନରେ ଧରି ରଖିବା ନେଇ ପ୍ରଶ୍ନ ହେବାରୁ ଅଭିନେତ୍ରୀ କହିଥିଲେ, “ଯଦି ଆପଣ ଅତୀତକୁ ଛାଡ଼ିପାରିବେ ନାହିଁ, ତାହେଲେ ସବୁଠାରୁ ଅଧିକ କଷ୍ଟ ଆପଣଙ୍କୁ ହିଁ ନିଜେ ହିଁ ପାଇବେ। ଅନେକ ସମୟରେ ଯିଏ ଆପଣଙ୍କୁ ଆଘାତ ଦେଇଥାଏ, ସେ ଏହା ବିଷୟରେ ତଳେ ହେଲେ ଚିନ୍ତା କରୁ ନଥାଏ।’

ମୌନିଙ୍କ କହିବା ଅନୁସାରେ, ଧ୍ୟାନ, ମନ୍ତ୍ରଜପ ଓ ଆଧ୍ୟାତ୍ମିକ ଅଭ୍ୟାସ ତାଙ୍କୁ ମାନସିକ ଶାନ୍ତି ଓ ନୂଆ ଦୃଷ୍ଟିକୋଣ ଦେଇଛି। କିଛି ଲୋକ ଅଛନ୍ତି, ଯେଉଁମାନେ ଜାଣିଶୁଣି ଅନ୍ୟକୁ କଷ୍ଟ ଦେବାକୁ ଚେଷ୍ଟା କରନ୍ତି। ମୁଁ ସେ ବ୍ୟକ୍ତିଙ୍କୁ ଖରାପ କହୁନାହିଁ, କିନ୍ତୁ ସେମାନଙ୍କର କିଛି ଗୁଣ ନିଶ୍ଚିତ ଭାବେ ଖରାପ ହୋଇପାରେ।

୪ ବର୍ଷରେ ଭାଙ୍ଗିଗଲା ବିବାହ

ଦୀର୍ଘ ଦିନର ଡେଟିଂ ପରେ ମୌନି ରଏ ଓ ସୂରଜ ନାମ୍ବିଆର ୨୦୨୨ ମସିହାରେ ବିବାହ କରିଥିଲେ। ତେବେ ବିବାହର ଚାରି ବର୍ଷ ପରେ ଉଭୟ ପରସ୍ପର ସମ୍ମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ୁଥିବା ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।