Multiple Properties Found: ଭିଜିଲାନ୍ସ ରେଡ୍ରେ ABEO ଜୟଦେବ ଜେନାଙ୍କ ୧୯ଟି ମୂଲ୍ୟବାନ ପ୍ଲଟ୍ ଠାବ; ସୁନା ଗହଣା, ରୁପା ଥାଳି ଓ ଗ୍ଲାସ୍
ଭିଜିଲାନ୍ସ ରେଡରୁ ବାବୁଙ୍କ ମିଳିଲାଣି ପୁଳାପୁଳା ସମ୍ପତ୍ତି। ଯାଜପୁର ଧର୍ମଶାଳା ABEO ଜୟଦେବ ଜେନାଙ୍କ ମିଳିଛି ଅମାପ ସମ୍ପତ୍ତି। ସୁନା ଅଳଙ୍କାର, ରୁପା ଥାଳି, ଗ୍ଲାସ ସହ ଏକାଧିକ ପ୍ଲଟ ଓ ଫ୍ଲାଟ ଠାବ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାବୁଙ୍କର ରହିଛି ୧୯ଟି ମୂଲ୍ୟବାନ ପ୍ଲଟ। ଏହାସହ ଭୁବନେଶ୍ବର ପାତ୍ରପଡ଼ାରେ ଗୋଟିଏ ୩ ମହଲା କୋଠା, ଗଞ୍ଜାମ ପି. ନୂଆଗାଁରେ ଆଉ ଦୁଇଟି ବହୁତଳ କୋଠା ଠାବ ହୋଇଛି। ଏବିଇଓ ଜୟଦେବ ଜେନାଙ୍କ ଘରୁ ମିଳିଛି ପୁଳା ପୁଳା ସୁନାଗହଣା। ଅନେକ ସୁନା ଚେନ, ମୁଦି, କାନଫୁଲ ଓ ହାର ମିଳିଛି।
ବିଲ୍ଡିଂ, ପ୍ଲଟ ଓ ସୁନା ଅଳଙ୍କାର ଆଦିର ମୂଲ୍ୟ ଆକଳନ ଜାରି ରହିଛି। ଆଜି ସକାଳୁ ଯାଜପୁର ଧର୍ମଶାଳାର ABEOଙ୍କ ଘରେ ଭିଜିଲାନ୍ସ ରେଡ୍ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳାର ABEO ଜୟଦେବ ଜେନାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢ଼ାଉ ଚାଲିଛି।
ଗଞ୍ଜାମ ଜିଲ୍ଲା ବୁରୁଝରିରେ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ଖଣ୍ଡଗିରି ସ୍ଥିତି ଜନନୀ ବିହାରରେ ସମ୍ପର୍କୀୟଙ୍କ ଘର ସମେତ ଯାଜପୁର ଜାରକାରେ ଭଡ଼ା ଘରେ ଓ ଅଫିସ ଚାମ୍ବରରେ ଚଢ଼ାଉ କରିଛି ଭିଜିଲାନ୍ସ। ରେଡ୍ ବେଳେ ପ୍ରତିକ୍ରିୟା ରଖି ଏବିଇଓ କହିଛନ୍ତି ଯେ, ଏ ସବୁ ସମ୍ପତ୍ତି ତାଙ୍କ ପତ୍ନୀଙ୍କ ନାଁରେ ଅଛି। ତାଙ୍କର ବ୍ୟବସାୟିକ ଉତ୍ସରୁ ଆୟ ରହିଛି ବୋଲି କହିଛନ୍ତି ଏବିଇଓ ।
ପୁଳା ପୁଳା ସୁନା ଅଳଙ୍କାର
ବାବୁଙ୍କ ଘରୁ ବାହାରିଲାଣି ପୁଳା ପୁଳା ସୁନା ଗହଣା
ଘରୁ ମିଳିଛି ଏକାଧିକ ସୁନା ଚେନ, ହାର, ମୁଦି ଓ କାନଫୁଲ
ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍
ABEO ଜୟଦେବ ଜେନାଙ୍କ ଘର ସମେତ ୭ଟି ସ୍ଥାନରେ ରେଡ୍
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ବର, ଗଞ୍ଜାମ ଓ ଯାଜପୁରର ୭ଟି ସ୍ଥାନରେ ଚଢ଼ାଉ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।