Murder: ଦିଲ୍ଲୀ ମଡେଲଙ୍କୁ ଘରେ ଛୁରୀ ଭୁସି ହତ୍ୟା; ଜିମ୍‌ ଟ୍ରେନର୍‌ ଅଭିଯୁକ୍ତ

Aug 27, 2026 - 23:05
Murder: ଦିଲ୍ଲୀ ମଡେଲଙ୍କୁ ଘରେ ଛୁରୀ ଭୁସି ହତ୍ୟା; ଜିମ୍‌ ଟ୍ରେନର୍‌ ଅଭିଯୁକ୍ତ

"ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାସଭବନରେ ଛୁରୀ ଭୁସି ହତ୍ୟା କରାଯାଇଛି।

ମୃତ ମହିଳାଙ୍କ ନାଁ ମୁସ୍କାନ।

ସେ ଜଣେ ଛାତ୍ରୀ ଓ ମଡେଲ।

ପଶ୍ଚିମ ଦିଲ୍ଲୀର ତିଳକନଗରର ଏକ ବିଲ୍ଡିଂର ଦ୍ବିତୀୟ ମହଲାରେ ସେ ତାଙ୍କ ଘରେ ଏକା ଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା।

Advertisment ଅଭିଯୁକ୍ତ ପୀଡ଼ିତାଙ୍କ ଜିମ୍ ଟ୍ରେନର୍‌ ବୋଲି ପୁଲିସ କହିଛି।

ଅଭିଯୁକ୍ତ ଇମ୍ରାନ୍‌ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିବାପରେ ସେଠାରୁ ଖସି ପଳାଇଥିଲା।

ମୁସ୍କାନ୍‌ଙ୍କ ଚିତ୍କାର ଶୁଣିବାପରେ ପଡ଼ୋଶୀମାନେ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ।

ସେମାନେ ପରେ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଭିଯୁକ୍ତକୁ ଖୋଜାଚାଲିଛି ବୋଲି ଡିସିପି ଅଭିଷେକ ଗୁପ୍ତା ସାମ୍ବାଦିକମାନଙ୍କୁ କହିଛନ୍ତି।

ତଦନ୍ତକାରୀ ଦଳ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛନ୍ତି।

Stabbed: ସାଙ୍ଗ ବେକରେ ଛୁରୀ ଭୁସିଦେଲା ସାଙ୍ଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।