murder: ମହାକାଳପଡ଼ାରେ ଚାଞ୍ଚଲ୍ୟ: ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା

Jun 24, 2026 - 12:42
murder: ମହାକାଳପଡ଼ାରେ ଚାଞ୍ଚଲ୍ୟ: ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା

"ମହାକାଳପଡ଼ା: ମହାକାଳପଡ଼ାରେ ଚାଞ୍ଚଲ୍ୟ।

ବିଜେପି ବୁଥ୍ ସଭାପତି ତପନ ଦ‌ାସଙ୍କୁ ହତ୍ୟା କରାଯାଇଛି।

ସାମାନ୍ୟ ବଚସାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାଯାଇଛି।

ଦୁର୍ବୃତ୍ତମାନେ ତପନ ଦ‌ାସଙ୍କୁ କାଠଫାଳିଆରେ ପିଟି ପିଟି ମାରିଥିବା ଜଣାପଡ଼ିଛି।Advertisment ସାମାନ୍ୟ ବଚସାରୁ ହତ୍ୟା ହତ୍ୟା କରିବା ପରେ ସେମାନେ ତପନ ଦ‌ାସଙ୍କ ମୃତଦେହକୁ ଫିଙ୍ଗି ଚାଲିଯାଇଥିଲେ।

ଏହି ଘଟଣାରେ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ଅନ୍ୟ ଜଣକୁ କାଠ ଫାଳିଆ ଓ ଇଟାରେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଛି।

ଘଟଣାରୁ ପ୍ରକାଶ ରାମନଗର ଗ୍ରାମର ରବୀନ୍ଦ୍ରନାଥ ମଣ୍ଡଳଙ୍କ ପୁଅ ସଞ୍ଜୟ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ଲୋକମାନଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ.

ଏହି ସମୟରେ ସେହି ଗ୍ରାମର ତପନ ଦାସ(୫୦) ସେଠାରେ ପହଁଚି ସଞ୍ଜୟଙ୍କୁ ଏପରି ନ କରିବାକୁ ବାରଣ କରିଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ଏକ କାଠ ଫାଳିଆ ଓ ଇଟା ଦ୍ୱାରା ତପନଙ୍କୁ ଆକ୍ରମଣ କରିଥିଲେ।ଫଳରେ ତପନଙ୍କ ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତସ୍ରାବ ହେବା ସହିତ ମାଂସ ଏଣେ ତେଣେ ବିଛାଡି ହୋଇ ପଡିଛି।ତପନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଏ ନେଇ ତପନଙ୍କ ପତ୍ନୀ ନିଲୁ ଦାସ ସ୍ଥାନୀୟ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଏତଲା ଦେଇଛନ୍ତି।

ଅନ୍ୟପକ୍ଷରେ ଗତକାଲି ରାତିରେ ଜମ୍ବୁ ସାମୁଦ୍ରିକ ଥାନାଧିକାରୀ ଅନୀତା ସ୍ୱାଇଁ ଉକ୍ତ ଖବରପାଇ ତ୍ୱରିତ ପଦକ୍ଷେପ ସ୍ୱରୂପ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଭିଯୁକ୍ତ ସଞ୍ଜୟ ମଣ୍ଡଳକୁ ଧରି ଆଣି ଥାନାରେ ଅଟକ ରଖିଥିବା ବେଳେ ସେ ବ୍ୟବହାର କରୁଥିବା ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରିଥିବା ଜଣାପଡିଛି।

ଆଜି ସକାଳୁ ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢନ୍ତୁ: Cyber Fraud: ସାଇବର୍ ଅପରାଧୀଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ, ଦୁଇ ଜଣ ଠକେଇର ଶିକାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।