Muskan Rastogi : ମୃତ୍ୟୁଦଣ୍ଡର ରାୟ ଲେଖିଲେ, ଷ୍ଟବିନ୍‌ରେ ଫିଙ୍ଗିଲେ ପେନ୍,  ଚର୍ଚ୍ଚାରେ  ବିଚାରପତି ଅରବିନ୍ଦ କୁମାର ମିଶ୍ର

Oct 15, 2026 - 15:20
Muskan Rastogi : ମୃତ୍ୟୁଦଣ୍ଡର ରାୟ ଲେଖିଲେ, ଷ୍ଟବିନ୍‌ରେ ଫିଙ୍ଗିଲେ ପେନ୍,  ଚର୍ଚ୍ଚାରେ  ବିଚାରପତି ଅରବିନ୍ଦ କୁମାର ମିଶ୍ର

"ନୂଆଦିଲ୍ଲୀ:  ଗୋଟିଏ କଲମରେ ଲେଖା ଗଲା ଦୁଇ ଜଣଙ୍କ ମୃତ୍ୟୁଦଣ୍ଡର ରାୟ ।

ଆଉ ରାୟ ଶୁଣାଇବା ପରେ ସେହି କଲମକୁ ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ବିଚାରପତି ।

କୋର୍ଟ ଭିତରେ  ବିଚାରପତିଙ୍କ ଏମିତି ଅଜବ ଅନ୍ଦାଜ ଏବେ ଚର୍ଚ୍ଚାରେ ।

ଉତ୍ତରପ୍ରଦେଶ ମେରଠର ବହୁଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟା ମାମଲାରେ ମୁସ୍କାନ ଓ ତାଙ୍କ ପ୍ରେମିକ ସାହିଲଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଜଜ୍‌ ଅରବିନ୍ଦ କୁମାର ମିଶ୍ର ।

ରାୟ ଶୁଣାଇବା ପୂର୍ବରୁ ମହାଭାରତର ଉଦାହରଣ ଦେଇଥିଲେ ବିଚାରପତି ।

ତେବେ ଏହି ରାୟ ପରେ କାହିଁକି କଲମକୁ ଡଷ୍ଟବିନ୍‌ରେ ପକାଇଲେ ଜଜ୍‌?

ଆସନ୍ତୁ ଜାଣିବା ପୂରା ଘଟଣା ।Advertisment SIR Controversy: ଟ୍ରମ୍ପ ଯାହା କରିଥିଲେ, ଭାରତରେ ମଧ୍ୟ ସେହିପରି କରିବାକୁ ଚେଷ୍ଟା କରାଯାଉଛି: ଏସଆଇଆରକୁ ଆମେରିକୀୟ ସାଂସଦଙ୍କ ବିରୋଧ କୋର୍ଟ ରୁମ୍‌ରେ ଗୋଟିଏ ରାୟ, ଆଉ ଚର୍ଚ୍ଚାରେ ବିଚାରପତିଙ୍କ ନିଆରା ଅନ୍ଦାଜ ।

ମେରଠର ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କୁ ଫାଶୀ ଦଣ୍ଡ ଶୁଣାଇବା ପରେ ଏବେ ଚର୍ଚ୍ଚାରେ ଜିଲ୍ଲା ଜଜ୍‌ ଅରବିନ୍ଦ କୁମାର ମିଶ୍ର ।

ଏହି ହତ୍ୟା ମାମଲାର ବିଚାର ପ୍ରକ୍ରିୟା ପ୍ରାୟ ୧୩ ମାସ ଧରି ଚାଲିଥିଲା ।

୧୨୬ ଥର ଶୁଣାଣି ପରେ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଏହାପରେ ଉଭୟଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି ।

ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିବା ପରେ ମୁସ୍କାନ ଓ ସାହିଲ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ଏକ ନୀଳ ଡ୍ରମ୍‌ରେ ଭର୍ତ୍ତି କରିଥିବା ଅଭିଯୋଗ ହୋଇଥିଲା ।

ଏହି ଜଘନ୍ୟ ହତ୍ୟା ମାମଲାର ରାୟ ଶୁଣାଇବା ପୂର୍ବରୁ ଜଜ୍‌ ଅରବିନ୍ଦ କୁମାର ମିଶ୍ର ମହାଭାରତର ଉଦାହରଣ ଦେଇଥିଲେ ।

ଅପରାଧ ଅନୁସାରେ ଦଣ୍ଡ ଦେବା ନ୍ୟାୟିକ ଧର୍ମ ବୋଲି ସେ କହିଥିଲେ ।

ଏଥିସହ ବାଘ ଓ ଜଙ୍ଗଲର ଉଦାହରଣ ଦେଇ ଆଇନ ଓ ସମାଜ ମଧ୍ୟରେ ସୁରକ୍ଷାର ସନ୍ତୁଳନ କେତେ ଜରୁରୀ, ତାହା ବୁଝାଇଥିଲେ ।

ହେଲେ ରାୟ ଶୁଣାଇବା ପରେ ବିଚାରପତିଙ୍କ ଆଉ ଏକ ପଦକ୍ଷେପ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।

ଯେଉଁ କଲମରେ ମୃତ୍ୟୁଦଣ୍ଡର ରାୟ ଲେଖାଗଲା, ସେହି କଲମକୁ ସେ ଡଷ୍ଟବିନ୍‌ରେ ପକାଇଦେଇଥିଲେ ।

ଏହି ଅନ୍ଦାଜକୁ ନେଇ କୋର୍ଟ ପରିସରରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଛି ।

ତେବେ ଏହି କଲମ ଫିଙ୍ଗିବା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ଥିବା ନେଇ ସ୍ପଷ୍ଟ ସୂଚନା ନାହିଁ ।

ପ୍ରାୟ ୨୩ ବର୍ଷ ପରେ ମେରଠର ଅଦାଲତରେ ମୃତ୍ୟୁଦଣ୍ଡ ଶୁଣାଯାଇଛି ।

ଏହା ପୂର୍ବରୁ ୨୦୦୩ରେ ଜଣେ ଡାକ୍ତରଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା ।

ଅନ୍ୟପଟେ, ଅରବିନ୍ଦ କୁମାର ମିଶ୍ର ମାତ୍ର ପାଞ୍ଚ ମାସ ପୂର୍ବରୁ ମେରଠ ଜିଲ୍ଲା ଅଦାଲତର ଦାୟିତ୍ୱ ନେଇଥିଲେ ।

ସେ ଜଣେ ମେଳାପୀ ଓ ହସଖୁସି ସ୍ୱଭାବର ବିଚାରପତି ଭାବେ ପରିଚିତ ।

ଗୁରୁତର ମାମଲା ସହ ଓକିଲମାନଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ମଧ୍ୟ ସେ ଉଦ୍ୟମ କରୁଥିବା କୁହାଯାଏ ।

ଜଘନ୍ୟ ଅପରାଧ ପାଇଁ କଠୋର ଦଣ୍ଡର ରାୟ, ମହାଭାରତର ଉଦାହରଣ ଆଉ ଡଷ୍ଟବିନ୍‌ରେ କଲମ ।

ଏହି ତିନୋଟି କଥା ଏବେ ମେରଠର ଏହି ମାମଲାକୁ ନେଇ ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।