Mystery Black Car Triggers Tension: କେନ୍ଦ୍ରାପଡ଼ା ଅଟୋନମସ୍ କଲେଜରେ ଉତ୍ତେଜନା, କଳା କାର୍‌କୁ ନେଇ BCJD-ABVP ମୁହାଁମୁହିଁ

Oct 15, 2026 - 15:02
Mystery Black Car Triggers Tension: କେନ୍ଦ୍ରାପଡ଼ା ଅଟୋନମସ୍ କଲେଜରେ ଉତ୍ତେଜନା, କଳା କାର୍‌କୁ ନେଇ BCJD-ABVP ମୁହାଁମୁହିଁ

କେନ୍ଦ୍ରାପଡ଼ା ଅଟୋନମସ୍ କଲେଜ କ୍ୟାମ୍ପସରେ ଏକ ଅଜଣା କଳା କାର୍‌କୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ କଲେଜ ପରିସରରେ BCJD ଓ ABVP ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କଲେଜ କ୍ୟାମ୍ପସ ଭିତରେ ଏକ ଅଜଣା କଳା କାର୍ ବୁଲୁଥିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି BCJD ଓ ABVPର ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଫଳରେ କଲେଜ ପରିସରରେ କିଛି ସମୟ ପାଇଁ ଅଶାନ୍ତି ଦେଖାଦେଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ କଲେଜରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ପୋଲିସର ହସ୍ତକ୍ଷେପ ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି।

ତେବେ କଳା କାର୍‌ଟି କାହାର ଏବଂ ଏହାକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିବାଦର ପ୍ରକୃତ କାରଣ କ’ଣ, ସେନେଇ ସବିଶେଷ ତଥ୍ୟ ମିଳିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।