Nabarangpur: ବିବାହିତ ଯୁବକ ଓ ନାବାଳିକା ପ୍ରେମିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
"ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆଁ ଗ୍ରାମପଞ୍ଚାୟତ ସଦର ମହାକୁମା କାଜୁ ବଗିଚାରୁ ବିବାହିତ ଯୁବକ ଓ ନାବାଳିକା ପ୍ରେମିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ଉଭୟଙ୍କ ମୃତଦେହ ପୁଲିସ ଉଦ୍ଧାର କରି ତଦନ୍ତ ଜାରି ରଖିଛି | ସୂଚନା ଅନୁଯାୟୀ ମୋକିଆଁ ଗ୍ରାମର ପବିତ୍ର ଭତରା (୨୦) ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ | ନୂଆଖାଇ ପର୍ବ ପାଇଁ ସ୍ତ୍ରୀକୁ ନିଜ ପିତାମାତା ଘରେ ଛାଡି ଆସିଥିବାବେଳେ ନିଜ ସମ୍ପର୍କୀୟ ମାମୁଁଙ୍କ ନାବାଳିକା ଝିଅ ସହ କାଜୁ ଗଛରେ ବେକରେ ଓଢଣୀ ଦେଇ ଉଭୟ ଝୁଲି ପଡିଛନ୍ତି | ପବିତ୍ରଙ୍କ ପିତାଙ୍କ କହିବା ଅନୁଯାୟୀ ପବିତ୍ର ଖାଇସାରିବା ପରେ ରାତ୍ରି ଘରେ ଶୋଇପଡ଼ିଥିଲେ |Advertisment ଆହୁରି ପଢନ୍ତୁ: Sexual Abuse Allegations: ଦଶନ୍ଧି ଧରି ୨୭୦ ରୁ ଅଧିକ ପାଦ୍ରୀ ୧୦୦୦ ପିଲାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି: ଚାଞ୍ଚଲ୍ୟକର ତଦନ୍ତ ରିପୋର୍ଟ ପ୍ରକାଶ କିନ୍ତୁ ସକାଳୁ ଘରେ ନଥିବା ଜାଣି ଖୋଜାଖୋଜି କରିଥିଲେ | ସେହିପରି ନାବାଳିକା ଝିଅ ମଧ୍ୟ ଘରେ ନଥିବା ଜାଣି ପରିବାର ଲୋକ ଝିଅକୁ ଖୋଜାଖୋଜି କରିଥିଲେ | ଆଜି ସକାଳୁ କାଜୁ ବଗିଚାରେ ଗ୍ରାମବାସୀ ଦେଖିବା ପରେ ଘର ଲୋକଙ୍କୁ ଖବର ଦେଇଥିଲେ | ପରିବାର ଜାଣିବା ପରେ ଘଟଣାସ୍ଥଳ ପହଁଚି ପାପଡାହାଣ୍ଡି ପୋଲିସକୁ ଖବର ଦେଇଥିଲେ | ପାପଡାହାଣ୍ଡି ଏସଡିପିଓ ସତ୍ୟଜିତ କଣ୍ଡେଲକାଲ ପୋଲିସ ଟିମ ସହ ପହଁଚି ତଦନ୍ତ ଆରମ୍ଭ କରିଥିଲେ | ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଗୁଡୁରା ହେମ୍ବ୍ରମ୍ବଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ପହଂଚି ଯାଞ୍ଚ କରିଥିଲେ | "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।