Youth Found Dead ବିଜୁ ଏକ୍ସପ୍ରେସ୍‌ ୱେ କଡ଼ କାର୍‌ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Oct 01, 2026 - 18:44
Youth Found Dead ବିଜୁ ଏକ୍ସପ୍ରେସ୍‌ ୱେ କଡ଼ କାର୍‌ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

"ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ବିଜୁ ଏକପ୍ରେସ ୱେ ଭଜପୁର ନିକଟ ସର୍ଭିସ ରୋଡ଼ କଡ଼ରେ ଠିଆ ହୋଇଥିବା ଏକ କାର ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି ।

ଯୁବକଙ୍କ ପରିଚୟ ଚିହ୍ନଟ ପରେ ପରିବାର ଲୋକ "ହତ୍ୟା" ଅଭିଯୋଗ ଆଣିଛନ୍ତି।

Advertisment OHRC Camp Court ସୁନ୍ଦରଗଡ଼ରେ ମାନବ ଅଧିକାର ଆୟୋଗଙ୍କ କ୍ୟାମ୍ପ କୋର୍ଟ ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଯୁବକଙ୍କ ନାଁ ଅଭିଜିତ ନାଏକ (୩୩) ଓ ରଙ୍ଗାଢିପାରେ ରହନ୍ତି।

ଗତକାଲି (ବୁଧବାର) ରାତିରେ ସେ ନିଜର ସାଙ୍ଗ ସହିତ ଘରୁ ବାହାରିଥିଲେ ଓ ଆଜି ତାଙ୍କ ମୃତ ଦେହ ଏହିଭଳି ଅବସ୍ଥାରେ ମିଳିଛି।

ପ୍ରାଥମିକ ଅନୁସନ୍ଧାନରେ ଦେହର କେତେକ ସ୍ଥାନରେ ମାଡ଼ ଚିହ୍ନ ରହିଛି।

ଏଥିରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପ‌ଷ୍ଟ ହେବ ବୋଲି ପୁଲିସ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।