Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ
"ନବରଙ୍ଗପୁର (ସୁରେଶ ନାଇଡୁ): ଅଗଷ୍ଟ ୨୦୨୬ ମାସର ଓଡ଼ିଶା ଷ୍ଟେଟ ୱର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ (ଓସ୍ବାସ) ପ୍ରଦର୍ଶନ ଆଧାରରେ ସରକାରୀ ଫାଇଲ୍ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି।
ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ଓସ୍ବାସର ସୂଚାରୁ ବ୍ୟବହାର ଫଳରେ ଫାଇଲ୍ ପ୍ରକ୍ରିୟାକରଣ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଗତିଶୀଳତା ଆସିଛି।
Advertisment ଅପରପକ୍ଷରେ ଜିଲ୍ଲାର ୨୦ରୁ ଊର୍ଦ୍ଧ୍ବ କାର୍ଯ୍ୟାଳୟ ନାମକୁ ମାତ୍ର ଓସ୍ବାସରେ କାମ କରୁଥିବା ବେଳେ ତିନି ଅଙ୍କକୁ ବି ଛୁଇଁ ନାହାନ୍ତି।
୪ଟି କାର୍ଯ୍ୟାଳୟ ଏଥିରେ କାର୍ଯ୍ୟ ଆରମ୍ଭ କରି ନାହାନ୍ତି।
ଯେଉଁ ବିଭାଗ ଓସ୍ବାସରେ କାମ କରିବେ ନାହିଁ ସେହି ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।
ଅଗଷ୍ଟ ମାସରେ ନବରଙ୍ଗପୁର କଲେକ୍ଟୋରେଟ୍ର ପ୍ରତିଷ୍ଠାନ ଶାଖା ୧,୭୪୪ଟି, ସାଧାରଣ ଓ ବିବିଧ ଶାଖା ୧,୨୪୧ଟି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ୧,୧୦୮ଟି ଫାଇଲ୍ ପ୍ରକ୍ରିୟାକରଣ କରିଛନ୍ତି।
ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ମଧ୍ୟରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ପକ୍ଷରୁ ୧,୧୩୨ଟି, ସିଡିଏମଓ ଓ ପିଏଚଙ୍କ କାର୍ଯ୍ୟାଳୟ ପକ୍ଷରୁ ୧,୦୩୪ଟି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୬୮୮ଟି ଫାଇଲ୍ ପ୍ରକ୍ରିୟାକରଣ କରାଯାଇଛି।
ବ୍ଲକ୍ ସ୍ତରରେ ନବରଙ୍ଗପୁର ପଞ୍ଚାୟତ ସମିତି ୭୪୨ଟି, ଉମରକୋଟ ପଞ୍ଚାୟତ ସମିତି ୬୨୨ଟି ଏବଂ ନନ୍ଦାହାଣ୍ଡି ପଞ୍ଚାୟତ ସମିତି ୫୫୧ଟି ଫାଇଲ୍ ପ୍ରକ୍ରିୟାକରଣ କରିଛନ୍ତି।
ତହସିଲ୍ ସ୍ତରରେ ଉମରକୋଟ ତହସିଲ୍ ୬୩୬ଟି, ନନ୍ଦାହାଣ୍ଡି ତହସିଲ୍ ୪୮୫ଟି ଏବଂ ଚନ୍ଦାହାଣ୍ଡି ତହସିଲ୍ ୪୧୪ଟି ଫାଇଲ୍ ପ୍ରକ୍ରିୟାକରଣ କରିଛନ୍ତି।
ସେହିପରି ନବରଙ୍ଗପୁର ପୌରପାଳିକା ପକ୍ଷରୁ ୮୧୯ଟି ଫାଇଲ୍ ପ୍ରକ୍ରିୟାକରଣ କରାଯାଇଛି।
ଏସବୁ କାର୍ଯ୍ୟାଳୟକୁ ଆଜି ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ସମ୍ବର୍ଦ୍ଧିତ କରାଯାଇଛି।
ଏହି ସଫଳତା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡ.
ମହେଶ୍ୱର ସ୍ୱାଇଁ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଡ.
ପ୍ରମୋଦ କୁମାର ପୃଷ୍ଟି ପରିଚାଳନା କରିଥିଲେ।
Processing Unit: ଗ୍ୟାସ୍ ସଙ୍କଟରେ ଠପ୍ ପଣସ ଓ ଆମ୍ବ ପ୍ରକ୍ରିୟାକରଣ ୟୁନିଟ୍ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶ, ଜିଲ୍ଲା ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧି, ସିଡିଏଓ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ମାଧ୍ୟମରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା ଡେପୁଟି କଲେକ୍ଟର ସମିନା ଅଖତରୀ, ଡେପୁଟି କଲେକ୍ଟର ନିବେଦିତା ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଏଡିଏମଓ ଡ.
ମଳୟ କୁମାର ତ୍ରିପାଠୀ , ବିଡିଓ ନବରଙ୍ଗପୁର ସୁନୀଲ ଖରା, ବିଡିଓ ଉମରକୋଟ ମନୋଜ କୁମାର ମେହେର, ବିଡିଓ ନନ୍ଦାହାଣ୍ଡି ଖିରୋଦ ଚନ୍ଦ୍ର ସାହୁ, ତହସିଲଦାର ଉମରକୋଟ ମଘବାନ ବାଘ, ତହସିଲଦାର ନନ୍ଦାହାଣ୍ଡି ଚନ୍ଦ୍ର ଦାସ ମହାନନ୍ଦିଆ, ତହସିଲଦାର ଚନ୍ଦାହାଣ୍ଡି ସହଦେବ କୁଟ୍ରୁକା ଏବଂ ନବରଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଡ.
ଅଶୋକ କୁମାର କର୍ଣ୍ଣଙ୍କୁ ସମ୍ମାନିତ କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।