Nagaland: ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ମୃତ, ତଦନ୍ତ ପାଇଁ ଏସ୍ଆଇଟି ଗଠନ
"କୋହିମା: ନାଗାଲାଣ୍ଡରେ ବିଷାକ୍ତ ବା ନକଲି ମଦ ପିଇ ଗତ ଦୁଇ ଦିନ ମଧ୍ୟରେ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି।
ଏହି ଘଟଣା ପରେ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଏକ ବିଶେଷ ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଛି।
ଏହି ଟିମ୍ ନକଲି ମଦର ଉତ୍ସ ଏବଂ ଏହାର ଯୋଗାଣ ଶୃଙ୍ଖଳାର ସନ୍ଧାନ ନେବା ପାଇଁ ତଦନ୍ତ ଆରମ୍ଭ କରିଛି।
ସରକାରୀ ସୂଚନା ଅନୁଯାୟୀ ମୋକୋକଚୁଙ୍ଗ ଜିଲ୍ଲାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଟୁଏନସାଙ୍ଗ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି।Advertisment ଅତିରିକ୍ତ ଏସ୍ପି ଆଇ ବୁଙ୍ଗଲାଙ୍ଗ ଚାଙ୍ଗ୍ଙ୍କ ନେତୃତ୍ୱରେ ଗଠିତ ଏସଆଇଟିକୁ ଏହି ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାୟିତ୍ୱ ଦିଆଯାଇଛି।
ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ମଦର ନମୁନା ସଂଗ୍ରହ କରାଯାଇ ଗୁଆହାଟୀ ସ୍ଥିତ ଫୋରେନ୍ସିକ୍ ଲାବୋରେଟୋରିକୁ ପଠାଯାଇଛି।
ପୁଲିସ ଏହି ମାମଲାରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ପାଇଥିଲେ ସୁଦ୍ଧା ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଏହାର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଛି।
ଆହୁରି ପଢନ୍ତୁ: Murder: ମଣିପୁରରେ ପୁଣି ୨ ଜଣଙ୍କୁ ଗୁଳି କରି ହତ୍ୟା ଏହି ମଦମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ପୁଲିସ ବିଭିନ୍ନ ବେଆଇନ ମଦ ବ୍ୟବସାୟୀଙ୍କ ଆଡ୍ଡା ଉପରେ ବ୍ୟାପକ ଚଢ଼ାଉ ଜାରି ରଖିଛି।
ଏହି କାର୍ଯ୍ୟାନୁଷ୍ଠାନ କ୍ରମରେ ପୁଲିସ ବର୍ତ୍ତମାନ ସୁଦ୍ଧା ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୩,୦୦୦ ବୋତଲ ବେଆଇନ ମଦ ଜବତ କରିଛି।
ସୂଚନାଯୋଗ୍ୟ ଯେ ନାଗାଲାଣ୍ଡରେ ୧୯୯୦ ମସିହାରୁ ସମ୍ପୂର୍ଣ୍ଣ ମଦ ନିଷେଧ ଆଇନ ଲାଗୁ ରହିଛି।
ଏହି କଠୋର ଆଇନ ସତ୍ତ୍ୱେ ରାଜ୍ୟକୁ କିଭଳି ବେଆଇନ ଏବଂ ବିଷାକ୍ତ ମଦ ପ୍ରବେଶ କରୁଛି ତାହା ପ୍ରଶାସନ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।