Nana Patekar: ନାନାଙ୍କ ଇଚ୍ଛା ଅନୁସାରେ ଜଳିଲା ଜୁଇ....ଲୁହଭିଜା ଆଖିରେ ବିଦାୟ ଦେଲେ ଦର୍ଶକ, ପ୍ରଶଂସକ
ମୁମ୍ବାଇ: ପଞ୍ଚତତ୍ତ୍ୱରେ ବିଲୀନ ହେଲେ ପ୍ରଖ୍ୟାତ ଅଭିନେତା ନାନା ପାଟେକର। ବିଳମ୍ବିତ ରାତିରେ ପୁଣେର ଡୋଞ୍ଜେ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ଏହା ପରେ ଭାରତରେ ରାଜକୀୟ ସମ୍ମାନରେ ଶେଷକୃତ୍ୟ କରିବା ସମ୍ପର୍କିତ ନିୟମ ଓ ପରମ୍ପରା ଉପରେ ଆଲୋଚନା ଆରମ୍ଭ ହୋଇଛି। ଏହି ସମ୍ମାନ ହେଉଛି ଏକ ସରକାରୀ ସ୍ୱୀକୃତି, ଯାହା କେତେକ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତି, ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ଦେଶର ସେବାରେ ଅସାଧାରଣ ଅବଦାନ ଦେଇଥିବା କିମ୍ବା ନିଜ ଜୀବନ ବଳିଦାନ ଦେଇଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ତେବେ ପ୍ରତ୍ୟେକ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ରାଜକୀୟ ସମ୍ମାନରେ ଶେଷକୃତ୍ୟର ସୁଯୋଗ ମିଳେ ନାହିଁ। ଏହାର ନିଷ୍ପତ୍ତି ପ୍ରଚଳିତ ନିୟମ, ପ୍ରୋଟୋକଲ୍ ଏବଂ ସରକାରଙ୍କ ଅନୁମୋଦନ ଉପରେ ନିର୍ଭର କରେ।
ରାଜକୀୟ ସମ୍ମାନରେ କାହାର ଶେଷକୃତ୍ୟ ହୁଏ?
ପାରମ୍ପରିକ ଭାବେ ରାଜକୀୟ ସମ୍ମାନରେ ଶେଷକୃତ୍ୟ ଦେଶର ବରିଷ୍ଠ ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତିଙ୍କ ସହ ଜଡ଼ିତ। ଏଥିରେ ବର୍ତ୍ତମାନର ଓ ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ସାମିଲ ଅଛନ୍ତି। ପ୍ରଚଳିତ ନିୟମ ଅନୁସାରେ ବର୍ତ୍ତମାନର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ରାଜକୀୟ ସମ୍ମାନ ମିଳିପାରେ। ସିନେମା, ସାହିତ୍ୟ, ବିଜ୍ଞାନ, କ୍ରୀଡ଼ା, ରାଜନୀତି ଓ ସମାଜସେବା ଭଳି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ନାଗରିକଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇପାରେ। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଜନସେବା, ସଫଳତା ଏବଂ ପ୍ରଚଳିତ ପ୍ରକ୍ରିୟାକୁ ଆଧାର କରି ସାଧାରଣତଃ ସରକାର ନିଷ୍ପତ୍ତି ନେଇଥାନ୍ତି।
କର୍ତ୍ତବ୍ୟ ସମ୍ପାଦନ ସମୟରେ ଜୀବନ ହରାଇଥିବା ସଶସ୍ତ୍ର ବାହିନୀ ଓ ପୁଲିସ କର୍ମଚାରୀଙ୍କୁ ମଧ୍ୟ ସରକାରୀ କିମ୍ବା ସାମରିକ ସମ୍ମାନ ଦିଆଯାଇପାରେ। ମୃତ୍ୟୁର ପରିସ୍ଥିତି ଏବଂ ସମ୍ପୃକ୍ତ ବିଭାଗର ନିୟମ ଅନୁସାରେ ଏହି ସମ୍ମାନର ସ୍ୱରୂପ ନିର୍ଦ୍ଧାରିତ ହୋଇଥାଏ।
ଅନେକ ସମୟରେ ନାନା କହିଥିଲେ, ‘ଜନ୍ମ ମୃତ୍ୟୁ ଏହା ହିଁ ସତ। ଜନ୍ମ ହୋଇଛେ ମାନେ ମୃତ୍ୟୁ ନିଶ୍ଚିତ। ମୋର ଇଚ୍ଛା ମୋର ମୃତ୍ୟୁ ପରେ ଫାର୍ମହାଉସରେ ହିଁ ମୋର ଜୁଇ ଜଳାଯିବ।’
ନାନାଙ୍କ ଏହି ଇଚ୍ଛାୁ ଅନୁସାରେ ତାଙ୍କ ଫାର୍ମହାଉସରେ ହିଁ ପୁଅ ମଲ୍ହାର ପାଟେକର ପିତାଙ୍କୁ ମୁଖାଗ୍ନି ଦେଇ ଶେଷକୃତ ସମ୍ପନ୍ନ କରିଥିଲେ। ଏହି ସମୟରେ 'ନାନା ସାହେବ ଅମର ରହେ' ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ପରିବେଶ। ଗତ ଅକ୍ଟୋବର ୮ ତାରିଖରେ ନାନାଙ୍କ ହୃଦଘାତ ଯୋଗୁଁ ୭୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।