Student union election: ଭଦ୍ରକ ନାଆମୀ ଡିଗ୍ରି କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

Oct 09, 2026 - 16:41
Student union election: ଭଦ୍ରକ ନାଆମୀ ଡିଗ୍ରି କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

"ଭଦ୍ରକ (ହରିହର ନାୟକ): ରାଜ୍ୟର କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ହୋଇଛି।

ପ୍ରାର୍ଥୀମାନଙ୍କ ବୈଧ ନାମାଙ୍କନପତ୍ର ତାଲିକା ପ୍ରକାଶ ପାଇଲା ପରେ କ୍ୟାମ୍ପସଗୁଡ଼ିକ ଆହୁରି ଚଳପ୍ରଚଳ ଦେଖାଯାଇଛି।

ତେବେ ବିଶୃଙ୍ଖଳିତ ଆଚରଣ ଏବଂ ଉତ୍ତେଜନାକୁ ପରସ୍ଥିତିରେ ରଖି କେତେଗୁଡ଼ିକ କଲେଜର ନିର୍ବାଚନ ବାତିଲ କରିଦିଆଯାଇଛି।

ଭଦ୍ରକ ଜିଲ୍ଲାରେ ୩ଟି କଲେଜରେ ନିର୍ବାଚନ ବାତିଲ ହୋଇଛି।

ତେବେ କଲେଜ କର୍ତ୍ତୃପକ୍ଷଙ୍କର ଏଭଳି ନିର୍ଦ୍ଦେଶ ଆସିବା ପରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି।

ସେମାନେ ନିର୍ବାଚନର ଆୟୋଜନ କରିବା ସହିତ କଲେଜ ଖୋଲିବାକୁ ଦାବି କରିଛନ୍ତି।Advertisment ଭଦ୍ରକ ମହିଳା କଲେଜ, ନାଆମୀ ଡିଗ୍ରି କଲେଜ ଏବଂ ଆଗରପଡ଼ା କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି।

ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁଁ ଭଦ୍ରକସ୍ଥିତ ନାଆମୀ ଡିଗ୍ରି କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି।

ଆଜି (୯ ଅକ୍ଟୋବର ୨୦୨୬) ଅପରାହ୍ନ ୧୨ଟା ୩୦ ମିନିଟ୍‌ଠାରୁ କଲେଜ ବନ୍ଦ ରହିଛି ବୋଲି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

କଲେଜ ପରିସରରେ ଉତ୍ତେଜନା ଓ ଶାନ୍ତିପୂର୍ଣ୍ଣ ଶୈକ୍ଷିକ ପରିବେଶ ବ୍ୟାହତ ହେଉଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ଅନ୍ୟମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।

ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ।

କଲେଜର ସ୍ୱାଭାବିକ କାର୍ଯ୍ୟକଳାପ ପୁନଃ ଆରମ୍ଭ ସମ୍ପର୍କରେ ପରବର୍ତ୍ତୀ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଏଥିସହ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ବିଜ୍ଞପ୍ତିର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।

Bombing: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଛାତ୍ରାବାସରେ ବୋମାମାଡ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।