Shardiya Navratri: ଶାରଦୀୟ ଦୁର୍ଗା ପୂଜା: ଜାଣନ୍ତୁ ଘଟସ୍ଥାପନର ଶୁଭ ମୁହୂର୍ତ୍ତ

Oct 09, 2026 - 15:37
Shardiya Navratri: ଶାରଦୀୟ ଦୁର୍ଗା ପୂଜା: ଜାଣନ୍ତୁ ଘଟସ୍ଥାପନର ଶୁଭ ମୁହୂର୍ତ୍ତ

"ଆସନ୍ତା ଅକ୍ଟୋବର ୧୧ରୁ ଆରମ୍ଭ ହେବ ଶାରଦୀୟ ନବରାତ୍ରି।

ମା" ଦୁର୍ଗାଙ୍କ ଆରାଧନା ପାଇଁ ଏହି ପବିତ୍ର ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ଭକ୍ତି ଓ ଉତ୍ସାହର ସହ ପାଳନ କରାଯାଏ।

ନଅ ଦିନ ଧରି ମା" ଦୁର୍ଗାଙ୍କ ନଅଟି ସ୍ୱରୂପଙ୍କୁ ପୂଜା କରାଯାଏ।

ଏହି ଅବସରରେ ଘଟସ୍ଥାପନ ବା କଳସ ସ୍ଥାପନ ସହ ନବରାତ୍ରିର ପୂଜାବିଧି ଆରମ୍ଭ ହୋଇଥାଏ।

ଚଳିତ ବର୍ଷ ଅକ୍ଟୋବର ୧୧ରୁ ଆରମ୍ଭ ହୋଇ ଅକ୍ଟୋବର ୧୯ରେ ନବରାତ୍ରିର ନଅ ଦିନର ପୂଜା ଶେଷ ହେବ ଏବଂ ଅକ୍ଟୋବର ୨୦ରେ ବିଜୟାଦଶମୀ ପାଳନ କରାଯିବ ବୋଲି ଦିଆଯାଇଥିବା ପଞ୍ଜିକା ସୂଚନାରେ ଉଲ୍ଲେଖ ରହିଛି।Advertisment ପଞ୍ଜିକା ଗଣନା ଅନୁଯାୟୀ, ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥି ଅକ୍ଟୋବର ୧୦ ତାରିଖ ଶନିବାର ରାତି ୯ଟା ୧୯ ମିନିଟ୍ରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ରବିବାର ରାତି ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରହିବ।

ଉଦୟ ତିଥି ଅନୁସାରେ ଅକ୍ଟୋବର ୧୧ରେ ନବରାତ୍ରିର ପ୍ରଥମ ଦିନ ପାଳନ କରାଯିବ।

ଏହି ଦିନ ମା" ଶୈଳପୁତ୍ରୀଙ୍କ ପୂଜା ସହ ଘଟସ୍ଥାପନ କରାଯିବ।

ଘଟସ୍ଥାପନର ଶୁଭ ମୁହୂର୍ତ୍ତ ନବରାତ୍ରିର ପ୍ରଥମ ଦିନରେ ଘଟସ୍ଥାପନର ବିଶେଷ ମହତ୍ତ୍ୱ ରହିଛି।

ଦିଆଯାଇଥିବା ଜ୍ୟୋତିଷୀୟ ସୂଚନା ଅନୁଯାୟୀ, ଅକ୍ଟୋବର ୧୧ରେ ଘଟସ୍ଥାପନ ପାଇଁ ଶୁଭ ସମୟ... •    ଲାଭ ଓ ଅମୃତ ବେଳା: ସକାଳ ୧୦ଟା ୦୪ରୁ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍।•    ଅଭିଜିତ୍ ମୁହୂର୍ତ୍ତ: ସକାଳ ୧୧ଟା ୪୯ରୁ ଦିନ ୧୨ଟା ୩୭ ମିନିଟ୍।•    ଲଗ୍ନ ସମୟ: ସକାଳ ୧୧ଟା ୩୨ରୁ ଅପରାହ୍ନ ୧ଟା ୩୬ ମିନିଟ୍।

ଘଟସ୍ଥାପନ କରିବା ପୂର୍ବରୁ ସ୍ଥାନୀୟ ପଞ୍ଜିକା ଓ ପୁରୋହିତଙ୍କ ପରାମର୍ଶ ନେବା ଉଚିତ, କାରଣ ସ୍ଥାନ ଅନୁସାରେ ଶୁଭ ମୁହୂର୍ତ୍ତରେ ପାର୍ଥକ୍ୟ ରହିଥାଏ।

ନବରାତ୍ରିର ୯ ଦିନର ପୂଜା  ଅକ୍ଟୋବର ୧୧: ଘଟସ୍ଥାପନ ଓ ମା" ଶୈଳପୁତ୍ରୀଙ୍କ ପୂଜା ଅକ୍ଟୋବର ୧୨: ମା" ବ୍ରହ୍ମଚାରିଣୀଙ୍କ ପୂଜା ଅକ୍ଟୋବର ୧୩: ମା" ଚନ୍ଦ୍ରଘଣ୍ଟାଙ୍କ ପୂଜା କ୍ଟୋବର ୧୪: ମା" କୁଷ୍ମାଣ୍ଡାଙ୍କ ପୂଜା ଅକ୍ଟୋବର ୧୫: ମା" ସ୍କନ୍ଦମାତାଙ୍କ ପୂଜା ଅକ୍ଟୋବର ୧୬: ମା" କାତ୍ୟାୟନୀଙ୍କ ପୂଜା ଅକ୍ଟୋବର ୧୭: ମା" କାଳରାତ୍ରୀଙ୍କ ପୂଜା ଅକ୍ଟୋବର ୧୮: ମା" ମହାଗୌରୀଙ୍କ ପୂଜା ଓ ଦୁର୍ଗାଷ୍ଟମୀ ଅକ୍ଟୋବର ୧୯: ମା" ସିଦ୍ଧିଦାତ୍ରୀଙ୍କ ପୂଜା ଓ ମହାନବମୀ ଅକ୍ଟୋବର ୨୦: ବିଜୟାଦଶମୀ ବା ଦଶହରା Bhubaneswar Durga puja : ବିଏମ୍‌ସିର ପୂଜା ପ୍ରସ୍ତୁତି ବୈଠକ: ୭ ଦିନରେ ରାସ୍ତା, ବିଜୁଳି ମରାମତି, ୧୯୫ ମଣ୍ଡପରେ ଦର୍ଶନ ଦେବେ ମା" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।