Narendra Modi International Airport: ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର: ଯୋଗୀଙ୍କ ବଡ଼ ଘୋଷଣା
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନୋଏଡ଼ାର ଜେୱାର୍ ଠାରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରି 'ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର' ରଖିବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ଲକ୍ଷ୍ନୌରେ ଏକ ପ୍ରେସ୍ କନ୍ଫରେନ୍ସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସାଂସ୍କୃତିକ ପରିଚୟ ଏବଂ ଐତିହ୍ୟ ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ସମ୍ପର୍କରେ ମଧ୍ୟ କହିଛନ୍ତି।
ଏହା ମଧ୍ୟରେ ରହିଛି କାଶୀ ବିଶ୍ୱନାଥ ମନ୍ଦିରର ସମ୍ପ୍ରସାରଣ ଏବଂ ଗଙ୍ଗା ପଥ ସହିତ ଏହାର ସିଧାସଳଖ ସଂଯୋଗ, ପ୍ରୟାଗରାଜରେ ବୃହତ ଆକାରରେ କୁମ୍ଭମେଳାର ଆୟୋଜନ, ବୌଦ୍ଧ କ୍ଷେତ୍ରର ବିକାଶ ଓ ବୌଦ୍ଧ ସର୍କିଟ୍ ଏବଂ କାଶୀ-ତାମିଲ୍ ସଙ୍ଗମମ୍ର ଆୟୋଜନ, ସନ୍ଥ ଗୁରୁ ରବିଦାସଙ୍କ ମ୍ୟୁଜିୟମ (ସଂଗ୍ରହାଳୟ) ଓ ପ୍ରତିମା ନିର୍ମାଣ ଏବଂ ଗୋରଖପୁରରେ ଅଟଳ ବିହାରୀ ବାଜପେୟୀ ପ୍ରେରଣା ସ୍ଥଳର ପ୍ରତିଷ୍ଠା ଏବଂ ପିପରୱାନ (Piparwan/Piprahwa) ଅଞ୍ଚଳର ପ୍ରତ୍ୟାବର୍ତ୍ତନ। ଏହାଛଡ଼ା, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ 'ଭାରତ ରତ୍ନ' ପ୍ରଦାନ କରାଯିବାକୁ ମଧ୍ୟ ସେ ଏକ ବଡ଼ ସଫଳତା ବୋଲି ଉଲ୍ଲେଖ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।