Narendra modi: ଏସ୍ଆର୍ସିସିରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ବିରୋଧୀଙ୍କ ତୀବ୍ର ସମାଲୋଚନା
"ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଶ୍ରୀରାମ ବାଣିଜ୍ୟ କଲେଜ (ଏସ୍ଆର୍ସିସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦେଇଥିବା ଭାଷଣକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିଛନ୍ତି।
ମୋଦୀ ତାଙ୍କ ଭାଷଣରେ ପୁଣି ଥରେ "ଦିମାଗୀ ନକ୍ସଲ" ମନ୍ତବ୍ୟ ଦେଇଥିବାବେଳେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଛାତ୍ର ଓ ଶିକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ଉଦ୍ବୋଧନ ଦେବା ପରିବର୍ତ୍ତେ ତାଙ୍କର ରାଜନୈତିକ ସମାଲୋଚକମାନଙ୍କୁ ଟାର୍ଗେଟ କରିବା ପାଇଁ ଏକ ପ୍ରତିଷ୍ଠିତ ଶୈକ୍ଷିକ ମଞ୍ଚ ବ୍ୟବହାର କରିଥିଲେ।Advertisment ଆହୁରି ପଢନ୍ତୁ :Arrest: ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ ପରେ ଦଳିତ ନାବାଳିକା ଆନ୍ଦୋଳନକାରୀଙ୍କ ଘର ଉପରକୁ ପଥରମାଡ଼ ଅଭିଯୋଗ ମୋଦୀ ଗତକାଲି ଶ୍ରୀରାମ ବାଣିଜ୍ୟ କଲେଜର ଶତବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି ଥରେ "ଦିମାଗୀ ନକ୍ସଲ" ପ୍ରସଙ୍ଗ ଉଠାଇଥିଲେ।
ମୋଦୀ କହିଥିଲେ, ମୁଁ "ଦିମାଗୀ ନକ୍ସଲ"ଙ୍କୁ ହୋମିଓପାଥି ବଟିକା ଦେବା ମାତ୍ରେ, ସମସ୍ତ "ଦିମାଗୀ ନକ୍ସଲ" ଗୋଟିଏ ପରେ ଗୋଟିଏ ବାହାରକୁ ଆସିବା ଆରମ୍ଭ କଲେ।
ଏବେ ଜନସାଧାରଣ ଏହି ରୋଗକୁ ଉତ୍ସାହିତ କରୁଥିବା ଲୋକଙ୍କ ପ୍ରକୃତ ରୂପ ମଧ୍ୟ ଦେଖିପାରୁଛନ୍ତି ବୋଲି ମୋଦୀ କହିଥିଲେ।
ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ମୋଦୀ ଏସ୍ଆର୍ସିସି କଲେଜକୁ ଗସ୍ତ ତାଙ୍କୁ ଯୁବପିଢ଼ିଙ୍କ ସହିତ ଶିକ୍ଷା, ନିଯୁକ୍ତି, ସେମାନଙ୍କ ଭବିଷ୍ୟତ ବିଷୟରେ କହିବାର ସୁଯୋଗ ଦେଇଥିଲା।
କିନ୍ତୁ ସେ ଏହା ଅପେକ୍ଷା ରାଜନୈତିକ ପ୍ରଚାର ଆରମ୍ଭ କରିଦେଲେ।
ଆହୁରି ପଢନ୍ତୁ :Allegation: ଜେଲ୍ରେ ମାରିଦେଲେ ସ୍ୱାମୀଙ୍କୁ!
ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ତ୍ରୀଙ୍କ ଗୁରୁତର ଅଭିଯୋଗ ଖଡ଼ଗେ ଆହୁରି ମଧ୍ୟ ଅଭିଯୋଗକରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସରକାରଙ୍କ କାର୍ଯ୍ୟଦକ୍ଷତା ବିଷୟରେ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ତାଙ୍କ ରାଜନୈତିକ ବିରୋଧୀଙ୍କୁ ନୂଆ ନୂଆ ନାଁ ଦେଉଛନ୍ତି।
ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ପ୍ରଶ୍ନଗୁଡ଼ିକୁ ଦମନ କରିବାକୁ ପ୍ରତିବର୍ଷ ସେମାନଙ୍କୁ ଏକ ନୂତନ ବିଶେଷଣ ଦ୍ବାରା ସମ୍ବୋଧିତ କରି ନିଜର ବିଫଳତା ଲୁଚାଇବାକୁ ପ୍ରୟାସ କରନ୍ତି। "ନାରାଜ ଫୁଫା, ଦିମାଗୀ ନକ୍ସଲ, ଅର୍ବାନ୍ ନକ୍ସଲ, ଖାନ ମାର୍କେଟ୍ ଗ୍ୟାଙ୍ଗ୍, ଆନ୍ଦୋଳନଜୀବୀ, ପରଜୀବୀ" ଏହିପରି ଭାବେ ବିରୋଧୀଙ୍କ ନାମକରଣ କରିବାକୁ ଚେଷ୍ଟା କରିଥାନ୍ତି।
ମୋଦୀଙ୍କ ବିରୋଧୀଙ୍କୁ ନେଇ ବିଶେଷଣ ବଦଳୁ ଥାଏ, କିନ୍ତୁ ସରକାରର ଲୋକଙ୍କ ବିରୋଧୀ ନୀତିରେ କୌଣସି ପରିବର୍ତ୍ତନ ହୁଏ ନାହିଁ ବୋଲି ଖଡ଼ଗେ କହିଛନ୍ତି।
ଆହୁରି ପଢନ୍ତୁ :Tech sector: ଟେକ୍ ସେକ୍ଟରରେ ପୁଣି ଛଟେଇ: ଓରାକଲରୁ ୩,୦୦୦ କର୍ମଚାରୀ ବିଦା ହେବା ଆଶଙ୍କା କଂଗ୍ରେସ ନେତା ପବନ ଖେଡ଼ା ମଧ୍ୟ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିରୋଧୀ ଦଳ ଉପରେ ବାରମ୍ବାର ଆକ୍ରମଣ ତାଙ୍କ ଭିତରେ ଥିବା "ହୀନମନ୍ୟତା"କୁ ପ୍ରତିଫଳିତ କରୁଛି।
ଆରଜେଡି ସାଂସଦ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ମନୋଜ କୁମାର ଝା ମଧ୍ୟ ମୋଦୀଙ୍କ ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ଏହି ଅବସରକୁ ଛାତ୍ର ଓ ଶିକ୍ଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରିବା ଉଚିତ ଥିଲା।
ପୂର୍ବରୁ ସରକାରଙ୍କୁ ବିରୋଧ କରିବା ସମୟରେ ପ୍ରଶ୍ନ ପଚାରିବା ଅପରାଧ ବୋଲି ବିବେଚନା କରାଯାଉନଥିଲା।
ଆଜି ଯଦି କେହି ସରକାରଙ୍କ ବିକାଶ କାହାଣୀ ଉପରେ ପ୍ରଶ୍ନ ଉଠାନ୍ତି, ତେବେ ତାଙ୍କୁ ଦେଶ ବିରୋଧୀ, "ନାରାଜ ଫୁଫା" କିମ୍ବା "ଦିମାଗୀ ନକ୍ସଲ" ବୋଲି ଆଖ୍ୟା ଦିଆଯାଏ।
ଦେଶରେ ଆପଣମାନେ ହିଁ ପାର୍ଥକ୍ୟ ସୃଷ୍ଟି କରିଛନ୍ତି ବୋଲି ଆର୍ଜେଡି ସାଂସଦ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।