NASA Invites ISRO To Join Ambitious Programme: ଚନ୍ଦ୍ରରେ ଘର ତିଆରି କରିବ ଭାରତ! ଇସ୍ରୋକୁ ନାସାର ବଡ଼ ଅଫର

Aug 11, 2026 - 17:00
NASA Invites ISRO To Join Ambitious Programme: ଚନ୍ଦ୍ରରେ ଘର ତିଆରି କରିବ ଭାରତ! ଇସ୍ରୋକୁ ନାସାର ବଡ଼ ଅଫର

ଚନ୍ଦ୍ର ଅନୁସନ୍ଧାନରେ ଭାରତ-ଆମେରିକା ସହଯୋଗ ଆହୁରି ବଢ଼ିବ। ଆମେରିକାର ମହାକାଶ ସଂସ୍ଥା ନାସା, ଭାରତର ଇସ୍ରୋକୁ ନିଜର ମୁନ୍ ବେସ୍ ପ୍ରୋଗ୍ରାମରେ ସାମିଲ ହେବାକୁ ନିମନ୍ତ୍ରଣ କରିଛି।

ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଭାରତ-ଆମେରିକା ସିଭିଲ୍ ସ୍ପେସ୍ ଜଏଣ୍ଟ ୱର୍କିଂ ଗ୍ରୁପର ୯ମ ବୈଠକରେ ଏହି ପ୍ରସ୍ତାବ ଦିଆଯାଇଛି। ମହାକାଶ ବିଜ୍ଞାନ, ମାନବ ମହାକାଶ ଯାତ୍ରା ଓ ଭବିଷ୍ୟତ ସହଯୋଗ ନେଇ ଦୁଇ ଦେଶ ଆଲୋଚନା କରିଛନ୍ତି। 

ଆର୍ଟେମିସ୍ ଆକର୍ଡସ୍ ଅଧୀନରେ ଭାରତ ପୂର୍ବରୁ ଆମେରିକା ସହ ଯୋଡ଼ି ହୋଇଛି। ଏବେ ମୁନ୍ ବେସ୍ ପ୍ରୋଗ୍ରାମରେ ଇସ୍ରୋର ଭାଗିଦାରି ଭାରତକୁ ଚନ୍ଦ୍ରରେ ଦୀର୍ଘ ସମୟର ମାନବ ଅନୁସନ୍ଧାନରେ ବଡ଼ ଭୂମିକା ଦେଇପାରେ।

୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ଭାରତର ଚନ୍ଦ୍ର ଅଭିଯାନ କ୍ଷମତାକୁ ପ୍ରମାଣ କରିଥିଲା। ଏହା ସହ ଭାରତ ୨୦୪୦ ସୁଦ୍ଧା ଚନ୍ଦ୍ରରେ ମାନବ ଅବତରଣ ଏବଂ ଭାରତୀୟ ଅନ୍ତରିକ୍ଷ ଷ୍ଟେସନ୍ ନିର୍ମାଣର ଲକ୍ଷ୍ୟ ରଖିଛି।

ନାସା-ଇସ୍ରୋ ସହଯୋଗରେ ୨୦୨୫ରେ ନିସାର ମିଶନ୍ ମଧ୍ୟ ସଫଳ ହୋଇଥିଲା। ଏହା ପରେ ମୁନ୍ ବେସ୍ ପ୍ରୋଗ୍ରାମରେ ନୂଆ ସହଯୋଗ ଦୁଇ ଦେଶର ମହାକାଶ ସମ୍ପର୍କକୁ ଆହୁରି ମଜବୁତ କରିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।