National Lawn Bowls: ଓଡ଼ିଶାରେ ପ୍ରଥମ ଥର ଜାତୀୟ ଲନ୍ବଲ୍
"ଭୁବନେଶ୍ବର: ରାଜ୍ୟ ବୋଲିଂ ସଂଘ, ଓଡ଼ିଶା ପକ୍ଷରୁ ପ୍ରଥମ ଥର ପାଇଁ ଜାତୀୟ ଲନ୍ବଲ୍ ପ୍ରତିଯୋଗିତା ଆୟୋଜନ କରାଯାଇଛି।
ଚଳିତ ଅକ୍ଟୋବର ମାସ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀରର ନବନିର୍ମିତ ଆର୍ଏନ୍ ସିଂହଦେଓ ଅନ୍ତର୍ଜାତୀୟ ଲନ୍ବଲ୍ କୋର୍ଟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।
ପ୍ରଥମ ଜାତୀୟ ୧୮ ବର୍ଷରୁ କମ୍ ଏବଂ ଷଷ୍ଠ ଜାତୀୟ ୨୫ ବର୍ଷରୁ କମ୍ ବର୍ଗର ଉଭୟ ବାଳକ ଓ ବାଳିକା ବିଭାଗରେ ଏହା ଖେଳାଯିବ।
ଏହି ୪ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା ସମେତ ୧୮ ରାଜ୍ୟରୁ ପ୍ରାୟ ୨୫୦ ଖେଳାଳି ଓ ଅଫିସିଆଲ୍ ଅଂଶଗ୍ରହଣ କରିବେ।
ଭାରତୀୟ ବୋଲିଂ ମହାସଂଘ ଆନୁକୂଲ୍ୟରେ ହେବାକୁ ଥିବା ଏହି ପ୍ରତିଯୋଗିତା ଲାଗି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି ବୋଲି ରାଜ୍ୟ ସଂଘ ଉପସଭାପତି ମନ୍ମଥ ସିଂହ ଦେଓ ଓ ସମ୍ପାଦକ ସୁମିତ ରଂଜନ ପୁରୋହିତ ମଙ୍ଗଳବାର ଆୟୋଜିତ ସାମ୍ବିଦକ ସମ୍ମଳିନୀରେ ପ୍ରକାଶ କରିଛନ୍ତି।
ଖୋରଧା ଜିଲ୍ଲା ବୋଲିଂ ସଂଘ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ସୁରେଶ ସ୍ବାଇଁ ଉପସ୍ଥିତ ଥିଲେ।Advertisment SHG: ପୁରୀର ୫୦ ମହିଳା ଏସଏଚଜିକୁ "ମହିଳା ଅନୁକୂଳ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର" ସହାୟତା ଓଡ଼ିଶା ସମ୍ଭାବ୍ୟ ଦଳର ପ୍ରସ୍ତୁତି ଶିବିର ଅକ୍ଟୋବର ପହିଲାରୁ ଆର୍ଏନ୍ ସିଂହ ଦେଓ ଅନ୍ତର୍ଜାତୀୟ ଲନ୍ ବଲ୍ କୋର୍ଟରେ ଚାଲିଛି।
ଏହା ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବା ପରେ ଚୂଡ଼ାନ୍ତ ଓଡ଼ିଶା ଦଳ ଚୟନ କରାଯିବ।
ଓଡ଼ିଶାରୁ ଦୁଇଟି ଦଳ ବି ଅଂଶଗ୍ରହଣ କରାଯିବାର ସମ୍ଭାବନା ରହିଛି ବୋଲି ଶ୍ରୀ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାରେ ଲନ୍ବଲ୍ ଖେଳର ପ୍ରଚାର ଓ ପ୍ରସାର ଗୋଟିଏ ଦଶନ୍ଧି ଟପିନଥିଲେ ମଧ୍ୟ ଆଶାଜନକ ସଫଳତା ଅର୍ଜନ କରିଛି।
ବିଗତ ଦୁଇ ଜାତୀୟ କ୍ରୀଡ଼ାରୁ ୪ ପଦକ (୩ କାଂସ୍ୟ ଓ ରୌପ୍ୟ) ମିଳି ସାରିଛି।
ସେହିଭଳି ଗତବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ଗତ ପଞ୍ଚମ ଜାତୀୟ ୨୫ ବର୍ଷରୁ କମ୍ ବର୍ଗରେ ମଧ୍ୟ ଓଡ଼ିଶା ୩ କାଂସ୍ୟ ପଦକ ହାସଲ କରିଥିଲା। ସେଠାରେ ଭଲ ପ୍ରଦର୍ଶନ କରିଥିବାରୁ ରୋଶନୀ ସାହୁ ଓ ରାଜେଶ୍ବରୀ ସେଠ୍ ଏସୀୟ ଶିବିରରେ ସ୍ଥାନ ପାଇଥିଲେ।
ଏସୀୟ ଲନ୍ବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜେଶ୍ବରୀ ସେଠ୍ ମଧ୍ୟ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ଲନ୍ବଲ୍ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ରୋଶନୀ ଏଥର ୧୮ ବର୍ଷରୁ କମ୍ ଦଳରେ ଏବଂ ରାଜେଶ୍ବରୀ ୨୫ ବର୍ଷରୁ କମ୍ ଦଳରେ ଖେଳିବାକୁ ଯାଉଥିବାରୁ ଉଭୟଙ୍କଠାରୁ ଓଡ଼ିଶା ନିଶ୍ଚିତ ପଦକ ଆଶା ରଖିବ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି।
ଏହି ଦୁଇ ଜଣଙ୍କ ବାଦ୍ ଗତ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳକୁ କାଂସ୍ୟ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ପଦ୍ମାସିନୀ ପୁଟେଲ ମଧ୍ୟ ୨୫ ବର୍ଷରୁ କମ୍ରେ ଖେଳିବେ।
ତେଣୁ ଓଡ଼ିଶା ଏକାଧିକ ପଦକ ଆଶାରେ ରହିଛି।
Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।