08 OCTOBER 2026

Welcome!

Unlock your personalized experience.
Sign Up

20 cities above 35°C: ୩୫ଂ ଉପରେ ୨୦ ସହର: ୧୩୦ ବର୍ଷରେ ପୁରୀରେ ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା ରେକର୍ଡ

Oct 07, 2026 - 03:30
20 cities above 35°C: ୩୫ଂ ଉପରେ ୨୦ ସହର: ୧୩୦ ବର୍ଷରେ ପୁରୀରେ ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ତିନି ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମାତ୍ର ଉପକୂଳରେ ସ୍ଥିତି ଏବେ ସମ୍ପୂର୍ଣ୍ଣ ବିପରୀତ। ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି ତାତି। ପୁରୀ ଭଳି ସମୁଦ୍ରକୂଳ ଅଞ୍ଚଳରେ ଗତକାଲି ଦିନ ତାପମାନ ଥିଲା ୧୩୦ ବର୍ଷ ଇତିହାସରେ ଦ୍ବିତୀୟ ସର୍ବୋଚ୍ଚ। ୧୮୯୬ରୁ ପୁରୀ ସହରର ତଥ୍ୟ ଉପରେ ନଜର ପକାଇଲେ ୨୦୧୬ ଅକ୍ଟୋବର ୫ରେ ରେକର୍ଡ ହୋଇଥିବା ୩୬.୬ ଡିଗ୍ରି ଅକ୍ଟୋବର ମାସର ଇତିହାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା ହୋଇଛି। ଏହା ପୂର୍ବରୁ ୨୦୨୪ ଅକ୍ଟୋବର ୧ରେ ଏଠାରେ ସର୍ବାଧିକ ତାପମାତ୍ରା ୩୬.୭ ଡିଗ୍ରି ଏବଂ ସେହି ବର୍ଷ ଅକ୍ଟୋବର ୪ରେ ୩୬.୩ ଡିଗ୍ରି ରେକର୍ଡ ହୋଇଥିଲା। ଆଜି ମଧ୍ୟ ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରିରେ ପହଞ୍ଚିଛି।

ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନସ୍ୟୁରାନ୍ସ ନୂତନ ବ୍ରାଣ୍ଡ୍‌ ପରିଚୟ ଉନ୍ମୋଚନ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗତକାଲିର ତାତି ଆଜି ମଧ୍ୟ ଜାରି ରହିଥିଲା। ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ପୁରୀରେ ୩୫.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ୩୪.୪, ଚାନ୍ଦବାଲିରେ ୩୪.୨, ଗୋପାଳପୁରରେ ୩୪ ଓ ପାରାଦୀପରେ ୩୩.୮ ଡିଗ୍ରି ରହିଥିଲା। ଦିନ ବଢ଼ିବା ସହ ଅପରାହ୍ଣ ପ୍ରାୟ ୨ଟା ବେଳକୁ ପୁରୀରେ ୩୬, ଭୁବନେଶ୍ବରରେ ୩୫.୪, ଚାନ୍ଦବାଲିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରିରେ ପହଞ୍ଚିଥିଲା। ସେହିପରି ଗୋପାଳପୁରରେ ୩୫.୧ ଓ ପାରାଦୀପରେ ୩୪.୫ ଡିଗ୍ରି ରହିଥିଲା। ଏହାବ୍ୟତୀତ ଢେଙ୍କାନାଳରେ ୩୬.୩, ପାରଳାଖେମୁଣ୍ଡି ଓ ନୟାଗଡ଼ରେ ୩୬, ଅନୁଗୋଳରେ ୩୫.୭, ଟିଟିଲାଗଡ଼ରେ ୩୫.୫, ବାଲେଶ୍ବରରେ ୩୫.୪, ବଲାଙ୍ଗୀର, ସୋନପୁରରେ ୩୫.୩, ଛତ୍ରପୁର ଓ ତାଳଚେରରେ ୩୫.୨, ବାରିପଦା, ଝାରସୁଗୁଡ଼ା, ଖୋର୍ଦ୍ଧା, ଭଦ୍ରକ ଓ କଟକରେ ୩୫ ଡିଗ୍ରି ଥିଲା। ମୋଟ ଉପରେ ଦେଖିଲେ ୨୦ଟି ସହରର ତାପମାତ୍ରା ୩୫ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା।

Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ

ଅନ୍ୟପକ୍ଷରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୭ ଓ ୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ହାଲୁକା ବର୍ଷା ଓ ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ଜନଜୀବନ ପ୍ରଭାବିତ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।