Naveen Patnaik Criticises BJP ଡବଲ ଇଂଜିନ୍‌ ସରକାର ଅପରାଗତାରେ ନଂ ୧: ନବୀନ ପଟ୍ଟନାୟକ

Oct 14, 2026 - 20:14
Naveen Patnaik Criticises BJP ଡବଲ ଇଂଜିନ୍‌ ସରକାର ଅପରାଗତାରେ ନଂ ୧: ନବୀନ ପଟ୍ଟନାୟକ

"ଭୁବନେଶ୍ୱର:  ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ନିଜର ଗୋଟି ଖେଳାଇବା ଆରମ୍ଭ କରିଛି।

ଆଜି (ବୁଧବାର) ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ  ବିଜେଡି ପକ୍ଷରୁ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି।

ଡବଲ ଇଞ୍ଜିନ୍‌ ସରକାର ଦେଶରେ ଅପରାଗତାରେ ନମ୍ବର ୧ରେ ରହିଛି ବୋଲି କଟାକ୍ଷ କରିଛନ୍ତି।

Advertisment Naveen Patnaik: ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିବି: ନବୀନ ପଟ୍ଟନାୟକଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଛନ୍ତି,  ବିଜେଡି ସରକାରରେ  ବିକାଶ ଥିଲା ମୁଖ୍ୟ ଏଜେଣ୍ଡା।

କିନ୍ତୁ ଏ ଡବଲ ଇଞ୍ଜିନ  ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ  ଏଜେଣ୍ଡା ହୋଇଛି।

ବିଜେପି ସରକାର ଅମଳରେ  ଚାଷୀ, ମହିଳା ହଇରାଣ,  ବୁଢା ବୁଢ଼ୀ, ମଧ୍ୟବିତ୍ତ ଓ ଗରିବ ଲୋକ  ହଇରାଣ ହେଉଛନ୍ତି।

ଜେନ୍‌-ଜିର ଭବିଷ୍ୟତ ଅନ୍ଧାର ହୋଇଛି।

ଅତ୍ୟାବଶକ ଦ୍ରବ୍ୟ ର ଦରଦାମ ବଢ଼ି ଚାଲିଛି।

ଏଭଳି ସ୍ଥିତିରେ ଲୋକଙ୍କ ସହ ରହି  ଅପାରଗ ସରକାରର ମୁଖା ଖୋଲି ଦେବାକୁ ଶ୍ରୀ ପଟ୍ଟନାୟକ  ଦଳ ର କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ।

BJP: ନବୀନ ପଟ୍ଟନାୟକଙ୍କୁ ବିଜେପିର ଟାର୍ଗେଟ୍: ନାରୀ ନିର୍ଯାତନା, ଖଣି ଦୁର୍ନୀତି, ଦାଦନ ସମସ୍ୟା ଓ ତଦନ୍ତକୁ ଚାପିବାରେ ବିଜେଡି ସରକାର ଥିଲା ନମ୍ବର ୱାନ୍ ଏହି କାର୍ଯ୍ୟକ୍ରମରେ ,ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା , ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା , ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ  ପ୍ରମୁଖ ଉଦବୋଧନ ଦେଇଥିଲେ।

ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ  ପ୍ରମୁଖ ଉପସ୍ଥିତ ଥିଲେ।

ସ୍ଥାନୀୟ କର୍ପୋରେଟର ଭରତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।