Naveen Patnaik’s Big Message: ନେତାଙ୍କୁ ନବୀନଙ୍କ ବଡ଼ ବୟାନ, ବିଶୃଙ୍ଖଳାକାରୀଙ୍କୁ ଆକ୍ସନ ଚେତାବନୀ
ନିଜ ନିର୍ବାଚନ ମଣ୍ଡଳୀ ନେତା ଙ୍କୁ ନବୀନଙ୍କ ବଡ଼ ବୟାନ | ଗତକାଲି ନବୀନ ନିବାସରେ ନିଜ ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ପ୍ରତିନିଧି ଓ ନେତାଙ୍କୁ ଭେଟି ସମ୍ବୋଧିତ କରି ନବୀନ ଦେଇଛନ୍ତି ବଡ଼ ସନ୍ଦେଶ | ଆଗକୁ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ବହୁତ ପରିଶ୍ରମ କରନ୍ତୁ। ଆମ ସମସ୍ତଙ୍କୁ ପରିଶ୍ରମ ଓ କାମ କରିବାକୁ ହେବ।
ଶେରଗଡରେ କିଛି ଅଛନ୍ତି ଯେଉଁମାନେ ବିଶୃଙ୍ଖଳା କରୁଛନ୍ତି। ବଦମାସୀ କରୁଛନ୍ତି, ମୁଁ ସବୁ ଜାଣିଛି। ଠିକ୍ ସମୟରେ ସେମାନଙ୍କ ଉପରେ ଆକ୍ସନ ନେବି। ନବୀନଙ୍କ ବୟାନ ପରେ ଏବେ ଚର୍ଚ୍ଚା ବଢିଛି। କିଏ ସେହି ବିଶୃଙ୍ଖଳାକାରୀ ? କିଏ କରୁଛି ନବୀନଙ୍କ ନିର୍ବାଚନ ମଣ୍ଡଳୀରେ ବିଶୃଙ୍ଖଳା ?
ବିଶୃଙ୍ଖଳାକାରୀ ହୁସିଆର, ଆକ୍ସନ ନେବି: ନବୀନ
ନିଜ ନିର୍ବାଚନ ମଣ୍ଡଳୀ ନେତାଙ୍କୁ ବାବଦରେ ନବୀନଙ୍କ ବଡ଼ ବୟାନ
ହିଞ୍ଜିଳିରେ ଅଛନ୍ତି ବିଶୃଙ୍ଖଳାକାରୀ କହି ତାଗିଦ କଲେ
ତେବେ କିଏ ସେହି ବିଶୃଙ୍ଖଳାକାରୀ ସ୍ପଷ୍ଟ କଲେନି
ଶେରଗଡ଼ରେ କିଛି ଅଛନ୍ତି, ଯେଉଁମାନେ ବିଶୃଙ୍ଖଳା ଓ ବଦମାସୀ କରୁଛନ୍ତି
ମୁଁ ସବୁ ଜାଣିଛି, ଠିକ୍ ସମୟରେ ସେମାନଙ୍କ ଉପରେ ଆକ୍ସନ ନେବି
ନବୀନଙ୍କ ବୟାନ ପରେ ବଢିଲା ଚର୍ଚ୍ଚା, କିଏ ସେହି ବିଶୃଙ୍ଖଳାକାରୀ
କାଲି ନବୀନ ନିବାସରେ ନିଜ ନିର୍ବାଚନ ମଣ୍ଡଳୀ ନେତାଙ୍କୁ ଏପରି କହିଛନ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।