UPI Transactions Dip 1.8% In September: ସେପ୍ଟେମ୍ବରରେ UPI ନେଣଦେଣ ୧.୮% କମିଲା, ଦୈନିକ ବ୍ୟବହାର ବୃଦ୍ଧି

Oct 01, 2026 - 18:48
UPI Transactions Dip 1.8% In September: ସେପ୍ଟେମ୍ବରରେ UPI ନେଣଦେଣ ୧.୮% କମିଲା, ଦୈନିକ ବ୍ୟବହାର ବୃଦ୍ଧି

ସେପ୍ଟେମ୍ବରରେ UPI ନେଣଦେଣ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଅଗଷ୍ଟ ତୁଳନାରେ ମୋଟ ନେଣଦେଣ ପ୍ରାୟ ୧.୮ ପ୍ରତିଶତ ହ୍ରାସ ପାଇଛି। NPCI ତଥ୍ୟ ଅନୁସାରେ, ସେପ୍ଟେମ୍ବରରେ UPI ମାଧ୍ୟମରେ ୨୪.୦୭ ବିଲିୟନ୍ ନେଣଦେଣ ହୋଇଛି। ଏହାର ମୋଟ ମୂଲ୍ୟ ଥିଲା ୨୯.୩୭ ଲକ୍ଷ କୋଟି ଟଙ୍କା।

ଅଗଷ୍ଟରେ ୨୪.୫୧ ବିଲିୟନ୍ ନେଣଦେଣ ହୋଇଥିବା ବେଳେ, ସେପ୍ଟେମ୍ବରରେ ଏହା କମିଛି। ତେବେ ଦୈନିକ ହାର ଦେଖିଲେ UPI ବ୍ୟବହାର ବଢ଼ିଛି। ସେପ୍ଟେମ୍ବରରେ ଦିନକୁ ହାରାହାରି ୮୦୨ ମିଲିୟନ୍ ନେଣଦେଣ ହୋଇଛି। ଅଗଷ୍ଟରେ ଏହା ୭୯୧ ମିଲିୟନ୍ ଥିଲା।

ସେହିପରି, ଦୈନିକ ନେଣଦେଣର ମୂଲ୍ୟ ମଧ୍ୟ ବଢ଼ିଛି। ସେପ୍ଟେମ୍ବରରେ ଦିନକୁ ହାରାହାରି ୯୭ ହଜାର ୯୧୩ କୋଟି ଟଙ୍କାର ନେଣଦେଣ ହୋଇଛି। ଅଗଷ୍ଟରେ ଏହା ୯୬ ହଜାର ୨୦୫ କୋଟି ଟଙ୍କା ଥିଲା।

ବର୍ଷକ ତୁଳନାରେ ମଧ୍ୟ UPI ନେଣଦେଣ ବଢ଼ିଛି। ଗତବର୍ଷ ତୁଳନାରେ ସେପ୍ଟେମ୍ବରରେ ନେଣଦେଣ ସଂଖ୍ୟା ୨୩ ପ୍ରତିଶତ ଏବଂ ମୋଟ ମୂଲ୍ୟ ୧୮ ପ୍ରତିଶତ ବଢ଼ିଛି।

ଅନ୍ୟପଟେ, ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟିକ UPI ପେମେଣ୍ଟରେ ନୂଆ MDR ବ୍ୟବସ୍ଥା ଲାଗୁ ହେବ। ଏଥିରେ ୦.୪ ପ୍ରତିଶତ MDR ଧାର୍ଯ୍ୟ ହୋଇଛି। ତେବେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ଏବଂ ବ୍ୟକ୍ତିରୁ ବ୍ୟକ୍ତିକୁ UPI ଟ୍ରାନ୍ସଫର ଏହି ଶୁଳ୍କରୁ ବାହାରେ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।