Naveen Says BJD Opposed SIR Process From the Beginning: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, MMDR ନେଇ ମଧ୍ୟ ରଖିଲେ ମତ

Sep 25, 2026 - 13:30
Naveen Says BJD Opposed SIR Process From the Beginning: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, MMDR ନେଇ ମଧ୍ୟ ରଖିଲେ ମତ

CECଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। SIR ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପୁନଃସମୀକ୍ଷା ଆବଶ୍ୟକ ବୋଲି ନବୀନ କହିଛନ୍ତି। SIR କାର୍ଯ୍ୟକ୍ରମକୁ ବିଜେଡି ଆରମ୍ଭରୁ ବିରୋଧ କରୁଥିବା ଏବଂ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ନବୀନ ଅଭିଯୋଗ କରିଛନ୍ତି ।

MMDR ବିଲ୍ ପ୍ରତ୍ୟାହାର ଦାବିରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏମଏମଡିଆର ସଂଶୋଧନକୁ ବିଜେଡି ବିରୋଧ କରୁଥିବା ବେଳେ ଏହାର ପୁନଃସମୀକ୍ଷା ପାଇଁ ଦଳ ଦାବି କରିଛି। ନବୀନଙ୍କ ଅଭିଯୋଗ, ଏହି ବିଲ୍ ଲାଗୁ ହେଲେ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ରାଜସ୍ୱ ପ୍ରଭାବିତ ହୋଇପାରେ। ଏଥିସହ ସଂସଦରେ ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ବିଲ୍ କୁ ସମର୍ଥନ କରିଥିବା ନେଇ ମଧ୍ୟ ନବୀନ ପ୍ରଶ୍ନ ଉଠାଇଛନ୍ତି।

CEC ଇସ୍ତଫା ଦିଅନ୍ତୁ: ନବୀନ
ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ଇସ୍ତଫା ଦାବି କଲେ ନବୀନ
ତୁରନ୍ତ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
'ସ୍ୱତନ୍ତ୍ର  ସଘନ ସଂଶୋଧନ (SIR) ପ୍ରକ୍ରିୟାର ପୁନଃସମୀକ୍ଷା ଆବଶ୍ୟକ'
ଏସ୍ ଆଇଆର୍ କାର୍ଯ୍ୟକ୍ରମକୁ ବିଜେଡି ପ୍ରଥମରୁ ବିରୋଧ କରୁଛି: ନବୀନ
SIR କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା କହିଲେ ନବୀନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।