World's Tallest Buildings Day: ନଭଶ୍ଚୁମ୍ବୀ ଅଟ୍ଟାଳିକା ଦିବସ: ପୃଥିବୀର ୫ଟି ଉଚ୍ଚତମ ଅଟ୍ଟାଳିକା

Sep 03, 2026 - 08:36
World's Tallest Buildings Day: ନଭଶ୍ଚୁମ୍ବୀ ଅଟ୍ଟାଳିକା ଦିବସ: ପୃଥିବୀର ୫ଟି ଉଚ୍ଚତମ ଅଟ୍ଟାଳିକା

"ଆଜି ସ୍କାଇସ୍କ୍ରେପର‌୍‌ ଡେ ବା ନଭଶ୍ଚୁମ୍ବୀ ଅଟ୍ଟାଳିକା ଦିବସ।

୧୫୦ ମିଟରରୁ ଉଚ୍ଚ ଓ ୪୦ରୁ ଅଧିକ ମହଲା ଥିବା କୋଠାକୁ ନଭଶ୍ଚୁମ୍ଭୀ ଅଟ୍ଟାଳିକା ଭାବେ ଗଣାଯାଏ।

୧୮୮୫ରେ ଆମେରିକାର ଚିକାଗୋ ସହରରେ ନିର୍ମିତ ହୋଇଥିଲା ବିଶ୍ବର ପ୍ରଥମ ନଭଶ୍ଚୁମ୍ବୀ ଅଟ୍ଟାଳିକା "ଦ ହୋମ୍‌ ଇନ୍‌ସୁରାନ୍‌ସ ବିଲ୍‌ଡି˚"।

ଦୁବାଇରେ ଥିବା "ବୁର୍ଜ ଖଲିଫା" ୨୦୧୦ ମସିହାରୁ ବିଶ୍ବର ଉଚ୍ଚତମ ଅଟ୍ଟାଳିକାର ମାନ୍ୟତା ବହନ କରିଆସୁଛି।

ଏହାର ଉଚ୍ଚତା ୮୨୮ ମିଟର।

ସାଉଦି ଆରବର ଜେଦ୍ଦାହରେ ନିର୍ମିତ ହେଉଥିବା "ଜେଦ୍ଦାହ ଟାଵର‌୍‌"ର ନିର୍ମାଣ ସରିଲେ, ଏହା ହେବ ବିଶ୍ବ‌େର ଉଚ୍ଚତମ ଅଟ୍ଟାଳିକା ଏବଂ ଏହା ପ୍ରଥମ ଅଟ୍ଟାଳିକା ଭାବେ ଏକ କିଲୋମିଟର୍‌ରୁ ଅଧିକ ଉଚ୍ଚତା ହାସଲ କରିବ।

Advertisment Elephant: କନ୍ଧମାଳରେ ଦନ୍ତା ହାତୀ ଉପଦ୍ରବ; ନଷ୍ଟ କଲେ ଫସଲ ସର୍ବାଧିକ ସଂଖ୍ୟକ ନଭଶ୍ଚୁମ୍ଭୀ ଅଟ୍ଟାଳିକା ରହିଛି ଚୀନରେ (୩୫୬୮ଟି)।

ଯୁକ୍ତରାଷ୍ଟ୍ର ଆମେରିକାରେ ଦ୍ବିତୀୟ ସର୍ବାଧିକ (୯୩୪ଟି) ଏବଂ ଭାରତରେ ତୃତୀୟ ସର୍ବାଧିକ (୪୩୬ଟି) ନଭଶ୍ଚୁମ୍ଭୀ ଅଟ୍ଟାଳିକା ଅଛି।

ମୁମ୍ବାଇରେ ନିର୍ମାଣାଧୀନ "ପଲାଇସ୍‌ ରୟାଲ୍‌" (୩୨୦ ମିଟର, ୮୪ ମହଲା) ହେଉଛି ଭାରତର ଉଚ୍ଚତମ କୋଠା।

Horoscope 2026 September 03: ଜାଣନ୍ତୁ ଆଜିର ରାଶିଫଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।