Navratri Rituals Begin at Odisha’s Shakti Peethas: ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା, ନଅ ଦିନ ଧରି ଜଳିବ ଅଖଣ୍ଡ ଦୀପ
ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ ବିଭିନ୍ନ ଶକ୍ତି ପୀଠରେ ଶ୍ରଦ୍ଧାଳୁ ପୂଜା ଅର୍ଚ୍ଚନା କରିବେ। ଘଣ୍ଟଘଣ୍ଟା, ମନ୍ତ୍ରପାଠ ଓ ପୂଜାର୍ଚ୍ଚନାରେ ଗୁଞ୍ଜରିତ ହେବ ଶକ୍ତିପୀଠର ପରିବେଶ।
ଅନ୍ୟପଟେ କାକଟପୁରର ଆରାଧ୍ୟା ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନେ ପୀଠକୁ ଆସି ପୂଜାର୍ଚ୍ଚନା କରୁଛନ୍ତି। ନବରାତ୍ରରେ ନାଲି କଳିବେଶ, କଳା କଳିବେଶ, ସିଂହବାହିନୀ, ମହିଷାମର୍ଦ୍ଦିନୀ ଓ ଶାନ୍ତି ବେଶରେ ଦର୍ଶନ ଦେବେ ମା’। ବିଜୟା ଦଶମୀରେ ମା’ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।