Nayagada: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
"ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଖଟିଆ ଭାଲିଆ ମୋଡ କାଜୁ ଜଙ୍ଗଲରୁ ବେକ କଟା ଝୁଲନ୍ତା ଅବସ୍ଥାରେ ଏକ ଯୁବକର ମୃତଦେହ ଉଦ୍ଧାର ହୋଇଛି | ପାରିପାର୍ଶ୍ଵିକ ଅବସ୍ଥାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି।
ମୃତ ଯୁବକ ଜଣକ ଇଟାମାଟି ଥାନା କୋଡିଏ କାହାଣିଆ ମାନସ ବେହେରା (୨୮) ବୋଲି ଜଣା ପଡିଛି।
ଘଟଣାସ୍ଥଳରେ ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ, ଶରଣକୁଳ ପୋଲିସ ଉପ ଖଣ୍ଡିୟ ଅଧିକାରୀ ଦୀପ୍ତିକାନ୍ତ ପ୍ରଧାନ ପହଁଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।