Fever: କାଶୀପୁର ବ୍ଲକରେ ବ୍ୟାପୁଛି ଜ୍ବର: ସ୍ୱାସ୍ଥ୍ୟ ବିଭାଗ ନିର୍ବିକାର
"କାଶୀପୁର: ରାୟଗଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ବହୁଳ କାଶୀପୁର ବ୍ଲକରେ ଜ୍ବରବ୍ୟାପୁଥିବାର ଜଣାଯାଇଛି।
ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ କଞ୍ଚଗୁମା ଗ୍ରାମରେ ପ୍ରାୟ ଏକ ସପ୍ତାହ ହେଲା ଲୋକଙ୍କୁ ଜ୍ବର ହେଉଛି।
ବ୍ଲକର ଗୋରଖପୁର ଏବଂ ଯୁବାପଦର ଗ୍ରାମ ପରେ ଏବେ କଞ୍ଚଗୁମା ଗ୍ରାମରେ ଜ୍ବରରପ୍ରାଦୁର୍ଭାବ ଦେଖିବାକୁ ମିଳିଛି ।Advertisment ଡାକ୍ତର ନ ଥିବାରୁ ଚିକିତ୍ସାରେ ସମସ୍ୟା ଦେଖା ଦେଇଛି ଗ୍ରାମର ପାଞ୍ଚ ଜ୍ବର ପୀଡ଼ିତଙ୍କୁ କାଶୀପୁର ସିଏଚସି ଭର୍ତ୍ତି କରାଯାଇଥିଲା।
ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି ।
ହେଲେ ସୁରେନ୍ଦ୍ର ନାଏକ ପୁଅ ଦେବାଶିଷ ନାଏକ ସିଏଚସିରେ ଚିକିତ୍ସିତ ହେଉଥିବା ବେଳେ ପୁଅର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବାର ପିତା ସୁରେନ୍ଦ୍ର କହିଛନ୍ତି।ଗ୍ରାମର ବହୁ ଜଣ ଜ୍ବର ଝାଡା ଭଳି ରୋଗରେ ପୀଡିତ ଥିବା ବେଳେ ଚିକିତ୍ସା ପାଇଁ ହେଲଥ ଟିମ ପହଞ୍ଚି ନ ଥିବାର ଅଭିଯୋଗ ।
ବିଭିନ୍ନ ପିଏଚସି ଏବଂସିଏଚସି ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ଚିକିତ୍ସାରେ ସମସ୍ୟା ଦେଖା ଦେଇଛି।
ସୂଚନାଯୋଗ୍ୟ,ଗତ କିଛିଦିନ ତଳେ ଜ୍ବରରେ ପୀଡ଼ିତ ଯୁବାପଦର ଗ୍ରାମର ଦୁଇ ଶିଶୁଙ୍କ ମୃତ୍ୟୁ ହୋଇ ଥିବାବେଳେ ବହୁଜଣ ଟାଇଫଏଡ଼ ଆକ୍ରାନ୍ତ ଥିବାର ରକ୍ତ ନମୁନା ଜଣା ପଡିଥିଲା।
ପ୍ରଭାବିତ ଗ୍ରାମକୁ ତୁରନ୍ତ ହେଲଥ ଟିମ୍ ଯାଇ ଲୋକଙ୍କ ଉପଯୁକ୍ତ ଚିକିତ୍ସା କରାଯିବାରେ ଗ୍ରାମବାସୀଙ୍କ ଦାବୀ ହେଉଛି।
Youth Missing: ଟଙ୍କପାଣି ବ୍ରିଜ୍ରୁ କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ; ସ୍କୁଟି ରଖି ହଠାତ୍ ନଦୀକୁ ଡେଇଁପଡ଼ିଲେ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।