Nabrangpur: ଚନ୍ଦାହାଣ୍ଡି ବ୍ଲକ୍‌ରେ ପୁଣି ଦାଦନ ଦୁଃଖ: ମୋତିଗାଁର ଯୁବକଙ୍କ ସିକନ୍ଦରାବାଦ୍‌ରେ ମୃତ୍ୟୁ

Sep 04, 2026 - 10:48
Nabrangpur: ଚନ୍ଦାହାଣ୍ଡି ବ୍ଲକ୍‌ରେ ପୁଣି ଦାଦନ ଦୁଃଖ: ମୋତିଗାଁର ଯୁବକଙ୍କ ସିକନ୍ଦରାବାଦ୍‌ରେ ମୃତ୍ୟୁ

"ଚନ୍ଦାହାଣ୍ଡି (ମହମ୍ମଦ ହୁସେନ ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ରେ ଦାଦନ ଦୁଃଖ ଥମିବାର ନାଁ ନେଉନାହିଁ।

ପ୍ରତିବର୍ଷ ଅନେକ ଶ୍ରମିକ ରୋଜଗାର ଆଶାରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ କେହି ମୃତଦେହ ହୋଇ ଫେରୁଛନ୍ତି, ତ ଆଉ କେହି ଅସୁସ୍ଥ କିମ୍ବା ଅକ୍ଷମ ହୋଇ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି।ପୁଣି ଏଭଳି ଏକ ଦୁଃଖଦ ଘଟଣା ତେଲେଙ୍ଗାନାର ସିକନ୍ଦରାବାଦ୍‌ରେ ଘଟିଛି।

ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡି ବ୍ଲକ୍‌ ଗମ୍ଭାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମୋତିଗାଁ ଗ୍ରାମର ଖିରସିନ୍ଧୁ ବାଘ ଗତ କିଛି ବର୍ଷ ଧରି ନିଜ ପରିବାର ସହ ସିକନ୍ଦରାବାଦ୍‌ରେ ରହି ଦାଦନ ଶ୍ରମିକ ଭାବେ କାମ କରୁଥିଲେ।Advertisment ଆହୁରି ପଢନ୍ତୁ: Javed Akhtar: "ଆମେ କ"ଣ ମୁସଲିମ୍?": ଫରହାନଙ୍କ ପ୍ରଶ୍ନରେ ଜାଭେଦଙ୍କ ଉତ୍ତର ଗତ ଦୁଇ ଦିନ ତଳେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ତେବେ ଗତକାଲି ସନ୍ଧ୍ୟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଏହି ଦୁଃଖଦ ଖବର ଗାଁରେ ପହଞ୍ଚିବା ପରେ ମୋତିଗାଁ ଓ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢନ୍ତୁ: Nepal Flood Disaster: ସୁଡ଼ଙ୍ଗ ଭିତରୁ ଶୁଭିଲା ବଞ୍ଚିଥିବା ଶ୍ରମିକଙ୍କ ସ୍ୱର, ନେପାଳ ବନ୍ୟା ବିପର୍ଯ୍ୟୟ ମଧ୍ୟରେ ବଢ଼ିଲା ଉଦ୍ଧାର ଆଶା ଖିରସିନ୍ଧୁଙ୍କ ବାପା-ମାଆ ନଥିବାରୁ ସେ ନିଜ ପରିବାର ଓ ଛୁଆପିଲାଙ୍କ ଭରଣପୋଷଣ ପାଇଁ ବାହାର ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଥିଲେ।ସୂଚନା ଅନୁଯାୟୀ, ତାଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ପୈତୃକ ଗ୍ରାମ ମୋତିଗାଁକୁ ଅଣାଯାଉଛି।ଚନ୍ଦାହାଣ୍ଡି ଅଞ୍ଚଳରୁ ବାରମ୍ବାର ଦାଦନ ଶ୍ରମିକଙ୍କ ମୃତ୍ୟୁ ଓ ଦୁର୍ଦ୍ଦଶାର ଖବର ସାମ୍ନାକୁ ଆସୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ନେଇ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଅଧିକ ପ୍ରଭାବଶାଳୀ ପଦକ୍ଷେପ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।