NEET PG New Rules: NEET-PG ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ୨୦୨୭ରୁ ଲାଗୁ ହୋଇପାରେ ନୂଆ ନିୟମ!
NEET-PG ପରୀକ୍ଷାର୍ଥୀଙ୍କ ପାଇଁ ଆସିପାରେ ବଡ଼ ପରିବର୍ତ୍ତନ।
୨୦୨୭ରୁ ପର୍ସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ନିର୍ଦ୍ଧାରଣ ହୋଇପାରେ ଯୋଗ୍ୟତା।
ଏନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ସୁପ୍ରିମକୋର୍ଟରେ ଉପସ୍ଥାପିତ ହୋଇଛି।
ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଅଧିକ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ଗଠିତ ୧୨ ଜଣିଆ ବିଶେଷଜ୍ଞ କମିଟି ଏହି ସଂକ୍ରାନ୍ତୀୟ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି।
Advertisment ଜାତୀୟ ମେଡିକାଲ୍ କମିଶନ ମଧ୍ୟ ପ୍ରସ୍ତାବକୁ ପ୍ରାଥମିକ ମଞ୍ଜୁରୀ ଦେଇଛନ୍ତି।
ବର୍ତ୍ତମାନ ପର୍ସେଣ୍ଟାଇଲ୍ ବ୍ୟବସ୍ଥାରେ ଅନ୍ୟ ପରୀକ୍ଷାର୍ଥୀଙ୍କ ପ୍ରଦର୍ଶନ ତୁଳନାରେ ଜଣେ ପରୀକ୍ଷାର୍ଥୀଙ୍କ ଯୋଗ୍ୟତା ସ୍ଥିର ହେଉଛି।
କିନ୍ତୁ ନୂଆ ବ୍ୟବସ୍ଥା ଲାଗୁ ହେଲେ ପରୀକ୍ଷାରେ ମିଳିଥିବା ପ୍ରକୃତ ନମ୍ବର ଓ ମେରିଟ୍ ଲିଷ୍ଟରେ ଥିବା ରାଙ୍କ୍ ଆଧାରରେ ଯୋଗ୍ୟତା ନିର୍ଦ୍ଧାରଣ କରାଯିବ।
ଏବେ ଖାଲି ପଡ଼ିଥିବା ମେଡିକାଲ୍ ସିଟ୍ ପୂରଣ ପାଇଁ କାଉନସେଲିଂର ପ୍ରତି ରାଉଣ୍ଡରେ କଟ୍ ଅଫ୍ କମାଯାଉଛି।
ଏପରିକି ବହୁତ କମ୍ ନମ୍ବର କିମ୍ବା ନେଗେଟିଭ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ମଧ୍ୟ ଯୋଗ୍ୟ ବିବେଚିତ ହେଉଥିବା ନେଇ ପ୍ରଶ୍ନ ଉଠୁଛି।
ନୂଆ ବ୍ୟବସ୍ଥା ଲାଗୁ ହେଲେ ଏକ ନିର୍ଦ୍ଦିଷ୍ଟ ମେରିଟ୍ ମାନଦଣ୍ଡ ରହିବ ଏବଂ ମନଇଚ୍ଛା କଟ୍ ଅଫ୍ କମାଇବା ସମ୍ଭବ ହେବନାହିଁ।
ଏହାଦ୍ୱାରା ଯୋଗ୍ୟ ଶିକ୍ଷାର୍ଥୀଙ୍କୁ ମେଡିକାଲ୍ ଆଡମିଶନରେ ପ୍ରାଥମିକତା ମିଳିବା ସହ ଚିକିତ୍ସା ଶିକ୍ଷାର ଗୁଣବତ୍ତା ବଜାୟ ରହିବ ବୋଲି ଆଶା କରାଯାଉଛି।
Advertisment ଅନ୍ୟପଟେ ସୁପ୍ରିମକୋର୍ଟ କମିଟିର ରିପୋର୍ଟ ଗ୍ରହଣ କରି ଆବେଦନକାରୀଙ୍କୁ ଜବାବ ଦାଖଲ ପାଇଁ ସମୟ ଦେଇଛନ୍ତି।
ବିସ୍ତୃତ ନିୟମାବଳୀ ଚୂଡ଼ାନ୍ତ ହେବା ପରେ ୨୦୨୭ରୁ ଏହି ନୂଆ ରାଙ୍କ୍ ଆଧାରିତ ବ୍ୟବସ୍ଥା ଲାଗୁ ହୋଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।