NEET: କୋଟାରେ ଜୀବନ ହାରିଲେ ନିଟ ଆଶାୟୀ

Aug 26, 2026 - 22:14
NEET: କୋଟାରେ ଜୀବନ ହାରିଲେ ନିଟ ଆଶାୟୀ

"କୋଟା: କୋଟାରେ ପୁଣି ଜଣେ ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଛନ୍ତି।

୨୦ ବର୍ଷୀୟା ଏହି ନିଟ୍‌ ଆଶାୟୀ ହେଉଛନ୍ତି ମଧ୍ୟପ୍ରଦେଶର ଖୁସବୁ ପଟେଲ।

କୋଟାର ଏକ ଆପାର୍ଟମେଣ୍ଟ୍‌ରେ ସେ ରହୁଥିବା ଭଡ଼ାଘର ସିଲିଂ ଫ୍ୟାନ୍‌ରେ ଝୁଲି ପଡ଼ିଛନ୍ତି।

ସେ ଦ୍ବିତୀୟ ଥର ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

କୁନହଦି ଥାନା ଅଧୀନ ଲ୍ୟାଣ୍ଡମାର୍କ ସିଟିର ଏକ ଆପାର୍ଟମେଣ୍ଟ୍‌ରେ ସେ ରହୁଥିଲେ।

ତାଙ୍କ ଭଉଣୀ ମଧ୍ୟ ତାଙ୍କ ସହ କୋଟାରେ ରହି କୋଚିଂ ନେଉଥିଲେ।Advertisment ଆହୁରି ପଢନ୍ତୁ :Theft Case Verdict ରେକର୍ଡ ୧୮ ଦିନରେ ଚୋରି ମାମଲାର ରାୟ, ଆସାମୀକୁ ୧ ବର୍ଷ କାରାଦଣ୍ଡ  ଭଉଣୀ ମଙ୍ଗଳବାର ରାତିରେ କ୍ଲାସ୍‌ରୁ ଫେରିବାପରେ ଘର କବାଟ ଭିତରୁ ବନ୍ଦ ଥିଲା।

କବାଟ ବାଡ଼େଇ ବାଡ଼େଇ ନ ଖୋଲିବାରୁ ସେ ପାଖ ପଡ଼ୋଶୀ ଓ ତାଙ୍କ ସାଙ୍ଗମାନଙ୍କର ସାହାଯ୍ୟ ନେଇଥିଲେ।

ଶେଷରେ ଘର କବାଟ ଖୋଲିବା ପରେ ଖୁସ୍‌ବୁଙ୍କୁ ଫ୍ୟାନ୍‌ରେ ଝୁଲିଥିବା ଅବସ୍ଥାରେ ସମସ୍ତେ ଦେଖିଥିଲେ।

ତେବେ ସେ କୌଣସି ସୁଇସାଇଡ ‌ନୋଟ୍‌ ଲେଖିନାହାନ୍ତି।

ସେ ଏଭଳି ଚରମ ପଦକ୍ଷେପ ନେବାର ପ୍ରକୃତ କାରଣ ଏଯାବତ୍ ଜଣାପଡ଼ିନି।

ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

ସର୍କଲ ଇନ୍ସପେକ୍ଟର ଦେବେଶ ଭରଦ୍ବାଜ କହିଛନ୍ତି, ଖୁସ୍‌ବୁ ଦ୍ବିତୀୟ ଥର ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ତାଙ୍କର ପୂର୍ବ ପରୀକ୍ଷାର ସ୍କୋର୍‌ ପାଇଁ ସେ ଖୁବ୍‌ ଚାପରେ ରହିଥିଲେ।

ଆହୁରି ପଢନ୍ତୁ :Accident: ସଡ଼କ ଦୁର୍ଘଟଣାରେ ପିଇଓଙ୍କ ମୃତ୍ୟୁ ଖୁସ୍‌ବୁଙ୍କ ଜେଜେବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି।

ଉଲ୍ଲେଖଯୋଗ୍ୟ ଯେ ଖୁସ୍‌ବୁ ରହୁଥିବା ଭଡ଼ା ଘରର ସିଲିଂ ଫ୍ୟାନ୍‌ର ଆଣ୍ଟି-ହ୍ୟାଙ୍ଗିଂ ବ୍ୟବସ୍ଥା ନ ଥିଲା।

କୋଟା ହଷ୍ଟେଲ ସଂଘ ନିର୍ଦ୍ଦେଶାବଳି ଅନୁଯାୟୀ ହଷ୍ଟେଲ ରୁମ୍‌ ପାଇଁ ଏହା ବାଧ୍ୟତାମୂଳକ।

ତେବେ କୋଟାରେ ଏହା ଚଳିତବର୍ଷର ଅଷ୍ଟମ ଆତ୍ମହତ୍ୟା ମାମଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।