Negative talk: ପ୍ରିୟ-ଅପ୍ରିୟ: ନକାରାତ୍ମକ କଥାବାର୍ତ୍ତା ଓ ଭାବନାକୁ ମୁଁ ଘୃଣା କରେ
"ବଲିଉଡ୍ଠାରୁ ଆରମ୍ଭ କରି ଓଲିଉଡ୍ ପର୍ଯ୍ୟନ୍ତ ବିଭିନ୍ନ ସିନେମା, ସର୍ଟ ଫିଲ୍ମ, ମ୍ୟୁଜିକ୍ ଭିଡିଓ ଓ ୱେବ୍ସିରିଜ୍ରେ କାମ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ଅଭିନେତ୍ରୀ କାବ୍ୟା କିରଣ।
୨୦୧୭ରେ "ରାମରତନ"ରୁ ବଲିଉଡ୍ ଯାତ୍ରା ଆରମ୍ଭ କରିଥିବା ଏହି କଳାକାର ପରବର୍ତ୍ତୀ ସମୟରେ "ନଶା ମେନୁ ଚଢ଼ ଗୟା", "ୱାନ୍ ଡେ", "ଫାଫୁଣ୍ଡି", "ବେଟିୟାଁ", "ପତଙ୍ଗୀ", "ଇସ୍କିୟାତ୍" ଓ "ଜୁ" ଭଳି ବିଭିନ୍ନ ପ୍ରକଳ୍ପରେ କାମ କରିଛନ୍ତି।
ଓଲିଉଡ୍ରେ ମଧ୍ୟ ତାଙ୍କର ଯାତ୍ରା ଉଲ୍ଲେଖନୀୟ। "ରହସ୍ୟ", "ଖୁସି", "ତୋ ନା"ର ମାନେ ହଁ" ଆଦି ସିନେମା ସହିତ ଅନେକ ମ୍ୟୁଜିକ୍ ଭିଡିଓ ଓ ୱେବ୍ସିରିଜ୍ରେ ସେ ସକ୍ରିୟ ଅଛନ୍ତି।
୨୦୨୦ର "ରଘୁ ସର୍ଦ୍ଦାର" ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।
ସେହିପରି ୨୦୨୧ରେ "ଇଣ୍ଡିଆନ୍ ଗ୍ଲୋରି ଆୱାର୍ଡ"ରେ "ଇଣ୍ଡିଆନ୍ ଇଣ୍ଡିଭିଜୁଆଲ୍ ଏକ୍ସିଲେନ୍ସ ଆୱାର୍ଡ" (ଫିଲ୍ମ)ରେ ମଧ୍ୟ ସମ୍ମାନିତ ହୋଇଛନ୍ତି।
ଆମ ସହ ତାଙ୍କ ଜୀବନର ପ୍ରିୟ ଓ ଅପ୍ରିୟ କଥା ବାଣ୍ଟିଛନ୍ତି କାବ୍ୟା।Advertisment Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା ସେ କହନ୍ତି, ""ମୁଁ ମୋ କାମକୁ ସବୁଠୁ ବେଶି ଭଲପାଏ।
ଯେଉଁ କାମ ପ୍ରତି ଭଲପାଇବା ଥାଏ, ସେହି କାମ ହିଁ ମୁଁ କରିପାରେ।"" କେବଳ କାମ ନୁହେଁ, ଭ୍ରମଣକୁ ପସନ୍ଦ କରୁଥିବା କାବ୍ୟା ସବୁବେଳେ ସକାରାତ୍ମକ ମନୋଭାବ ନେଇ ରହିବାକୁ ଚାହାନ୍ତି।
କାରଣ ଆଗକୁ ବଢ଼ିବା ପାଇଁ ମନକୁ ସକାରାତ୍ମକ ରଖିବା ଜରୁରି ବୋଲି ସେ ବିଶ୍ବାସ କରନ୍ତି।
ସେହିଭଳି, ଅପ୍ରିୟ ପ୍ରସଙ୍ଗରେ ତାଙ୍କର କହିବା କଥା ହେଲା, ""ନକାରାତ୍ମକ କଥା ଓ ଚିନ୍ତାଧାରାକୁ ମୁଁ ନିଜ ଜୀବନରୁ ଦୂରେଇ ରଖିବାକୁ ପସନ୍ଦ କରେ।
ନକାରାତ୍ମକ କଥାବାର୍ତ୍ତା ଓ ଭାବନାକୁ ମୁଁ ଘୃଣା କରେ।
ଅନ୍ୟକୁ ଅସମ୍ମାନ କରୁଥିବା ମାନସିକତା ମଧ୍ୟ ମୋର ଆଦୌ ପସନ୍ଦ ନୁହେଁ।"" Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।