Neglect: ଆଦିବାସୀଙ୍କୁ ଦୁଇମାସ ହେଲା ମିଳୁନି ରାସନ ଚାଉଳ, ଭୋକ ବିକଳରେ ଖାଉଛନ୍ତି କନ୍ଦା
"ରଣପୁର (ବିଶ୍ୱରଂଜନ ଆଚାର୍ଯ୍ୟ): ରାଜ୍ୟ ଓ କେନ୍ଦ୍ର ସରକାର ଖାଦ୍ୟବିନା କାହାକୁ ମରିବାକୁ ଦିଆ ନଯିବା ପାଇଁ ରାଜ୍ୟ ଓ କେନ୍ଦ୍ର ଦୁଇ ପ୍ରକାର ଖାଉଟି ରାସନ କାର୍ଡ କରିଛନ୍ତି।
କାର୍ଡଧାରୀମାନଙ୍କୁ ମୁଣ୍ଡପିଛା ମାଗଣା ଚାଉଳ ବଣ୍ଟନ କରାଯାଉଛି।
ଚାଉଳ ଯୋଗାଣକାରୀ ସଂସ୍ଥା କର୍ମଚାରୀଙ୍କ ମନମାନି ପାଇ ଦୁଇ ମାସ ଧରି ରାସନ କାର୍ଡଧାରୀଙ୍କ ନିକଟରେ ଚାଉଳ ପହଁଞ୍ଚି ପାରୁନାହିଁ।
ତାସହ ଅଫ୍ଲାଇନ ଥିବା ନେଟୱାର୍କ ବିହୀନ ଅଞ୍ଚଳ ବଣ୍ଟନକାରୀ ସରକାରୀ ପ୍ରଦତ୍ତ ଓଜନ କଣ୍ଟା ବଦଳରେ ନକଲି ଓଜନ କଣ୍ଟାରେ ଚାଉଳ ଓଜନ କରି ବଣ୍ଟନ କରୁଥିବା ବେଳେ ପ୍ରକୃତ ଓଜନ କମୁଥିବା ଅଭିଯୋଗ ହେଉଛି।
ସେଭଳି ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଆଦିବାସୀ ବହୁଳ ଗ୍ରାମ ପଞ୍ଚାୟତରେ।
Advertisment ଏହି ଗ୍ରାମ ପଞ୍ଚାୟତରେ ଜଣେ ଡିଲର ଓ ଗ୍ରାମ ପଞ୍ଚାୟତ ରାସନ ସାମଗ୍ରୀ ବଣ୍ଟନ କରୁଛନ୍ତି।
ଡିଲର ଅନ୍ଲାଇନ ମାଧ୍ୟମରେ ସରକାରୀ ପ୍ରଦତ୍ତ ଓଜନ କଣ୍ଟାରେ ବିକ୍ରୟ କରୁଥିବା ବେଳେ ପଞ୍ଚାୟତ ଲୋକାଲ ଓଜନ କଣ୍ଟାରେ ଚାଉଳ ବଣ୍ଟନ କରୁଥିବାରୁ ପ୍ରକୃତ ଓଜନ କମୁଥିବା ଅଭିଯୋଗ ହେଉଛି।
ଏବେ ଦୁଇମାସ ହେଲା ଅନ୍ୟ ସମସ୍ତ ଅଞ୍ଚଳରେ ଯୋଗାଣକାରୀ ସଂସ୍ଥା ରାସନ ଚାଉଳ ବଣ୍ଟନ କେନ୍ଦ୍ରରେ ପହଁଚିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ବନ୍ଧମୁଣ୍ଡା ବଣ୍ଟନ କେନ୍ଦ୍ରରେ ଅଦ୍ୟାବଧି ଚାଉଳ ପହଁଞ୍ଚି ନାହିଁ।
Ration card: ମଦ ପାଇଁ ରାସନ କାର୍ଡ ବନ୍ଧା ପଡୁଛି: ଗାଁକୁ ନିଶାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ଜଙ୍ଗଲୀ କନ୍ଦାକୁ ଆଦିବାସୀ ଲୁଣ ସହ ସିଝାଇ ଖାଦ୍ୟ ଭାବରେ ଖାଉଛନ୍ତି।
ଫଳରେ ଝାଡ଼ାବାନ୍ତି ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।
ରଣପୁର ବ୍ଲକ ଯୋଗାଣ ଅଧିକାରୀ କେଦାରନାଥ ପ୍ରଧାନୀ କୁହନ୍ତି ଡିଲର କେନ୍ଦ୍ରକୁ ଖାଉଟି ଚାଉଳ ଯୋଗାଣକାରୀ ବିଭିନ୍ନ ଆଳ ଦେଖାଇ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତକୁ ଚାଉଳ ଯୋଗାଇ ନାହିଁ।
ଦୁଇଦିନ ମଧ୍ୟରେ ଚାଉଳ ବଣ୍ଟନ କେନ୍ଦ୍ରରେ ପହଁଚିବା ପାଇଁ ନିର୍ଦ୍ଦେଶ ଦେବା ସହ ନିଜେ ଓଜନ କଣ୍ଟା ଚେକ କରିବେ।
ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଆଦିବାସୀମାନେ ଅନୁରୋଧ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।