Nepal: ନେପାଳ ବନ୍ୟାରେ ନିଖୋଜଙ୍କୁ ଖୋଜିବାର ଶେଷ ଆଶା ଡିଏନ୍ଏ ପରୀକ୍ଷା
"କାଠମାଣ୍ଡୁ: ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୧୩୦୦ରୁ ଅଧିକ ହୋଇଥିବାବେଳେ ପ୍ରାୟ ୫୦୦୦ ଲୋକ ଏବେ ବି ନିଖୋଜ ଅଛନ୍ତି।
ନିଖୋଜଙ୍କ ପରିବାର ନିଜ ଲୋକଙ୍କ ଭାଗ୍ୟ ଜାଣିବା ପାଇଁ ଅପେକ୍ଷା କରିଥିବାବେଳେ ମୃତଦେହ ଚିହ୍ନଟରେ ଡିଏନ୍ଏ ପରୀକ୍ଷା ଏବେ ଶେଷ ଆଶା ପାଲଟିଛି।Advertisment ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମା ନିକଟରେ ଗ୍ଲେସିୟର ଭୁଶୁଡ଼ି ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା।
ହିମାଳୟ ଅଞ୍ଚଳରୁ ଦକ୍ଷିଣକୁ ପ୍ରବାହିତ ଭୋଟେକୋଶୀ ନଦୀର ବନ୍ୟାଜଳ ଉତ୍ତର ଓ ମଧ୍ୟ ନେପାଳର ବହୁ ସହର ଓ ଗାଁକୁ ଭସାଇ ନେଇଥିଲା।
ଘର, ଗାଡ଼ି, ରାସ୍ତା ଓ ବ୍ରିଜ୍ ସହ ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।
ବନ୍ୟାଜଳରେ ଭାସି ଆସିଥିବା ଅନେକ ମୃତଦେହ ଅତ୍ୟନ୍ତ ବିକୃତ ହୋଇଯାଇଛି।
କେତେକ ଦେହ ଦୀର୍ଘ ସମୟ ପାଣି, କାଦୁଅ ଓ ଆବର୍ଜନା ମଧ୍ୟରେ ରହିବାରୁ ମୁହଁ, ପୋଷାକ କିମ୍ବା ଅନ୍ୟ ପରିଚୟ ଚିହ୍ନ ନଷ୍ଟ ହୋଇଛି।
କେତେକ ମୃତଦେହର ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଅଲଗା ହୋଇଯାଇଛି।
ତେଣୁ ଚେହେରା, ପୋଷାକ, ଆଙ୍ଗୁଠିଛାପ କିମ୍ବା ଦାନ୍ତର ରେକର୍ଡ ଆଧାରରେ ଚିହ୍ନଟ କରିବା ସବୁବେଳେ ସମ୍ଭବ ହେଉନାହିଁ।
ଆହୁରି ପଢନ୍ତୁ: Automobile sales: ୪୨% ନୂଆ କାର୍ ଇଭି, ସିଏନ୍ଜି, ହାଇବ୍ରିଡ୍ ନେପାଳ ପୁଲିସ ଏ ପର୍ଯ୍ୟନ୍ତ ୨୨୭୨ଟି ଡିଏନ୍ଏ ନମୁନା ସଂଗ୍ରହ କରିଛି।
ସେଥିରୁ ୧୨୬୦ଟି ମୃତଦେହର ଏବଂ ୧୦୧୨ଟି ନିଖୋଜଙ୍କ ସମ୍ପର୍କୀୟଙ୍କର।
ଡିଏନ୍ଏ ନମୁନା ସଂଗ୍ରହ ପରେ ୧୦୩୦ଟି ମୃତଦେହକୁ ସମାଧି ଦିଆଯାଇଛି।
ସେଥିରେ ୨୨୨ ମହିଳା, ୩୫୫ ପୁରୁଷ ଥିବାବେଳେ ୪୫୩ ଜଣଙ୍କ ଲିଙ୍ଗ ଚିହ୍ନଟ ହୋଇପାରିନାହିଁ।
ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୯୬ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
ଆହୁରି ପଢନ୍ତୁ: Volcano eruption: ଇଣ୍ଡୋନେସିଆରେ ଆଗ୍ନେୟଗିରି ଉଦ୍ଗୀରଣ: ୩୦୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ, ସ୍କୁଲ୍ ବନ୍ଦ ନେପାଳ ପୁଲିସ ହସ୍ପିଟାଲର ଉପମହାନିରୀକ୍ଷକ ଦାମୋଦର ପୌଡେଲ କହିଛନ୍ତି, ମୃତଦେହ ଚିହ୍ନଟ କରିବାରେ ଡିଏନ୍ଏ ପରୀକ୍ଷା ବେଶ୍ ଉପଯୋଗୀ ହେବ।
ମାତାପିତା, ସନ୍ତାନ ଓ ଭାଇଭଉଣୀଙ୍କ ଭଳି ନିକଟ ସମ୍ପର୍କୀୟଙ୍କ ନମୁନା ମିଳିଲେ ଚିହ୍ନଟ ପ୍ରକ୍ରିୟା ଅଧିକ ସହଜ ହୋଇଥାଏ।
ନିଖୋଜଙ୍କ ପରିବାରକୁ ସୁବିଧା ଦେବା ପାଇଁ ନୱାକୋଟର ବିଦୁରରେ ଡିଏନ୍ଏ ନମୁନା ସଂଗ୍ରହ କେନ୍ଦ୍ର ମଧ୍ୟ ଖୋଲାଯାଇଛି।
ନେପାଳ ପୁଲିସ ୧୨୭୦ଟି ଅଚିହ୍ନା ମୃତଦେହର ବିବରଣୀ ୱେବସାଇଟ୍ରେ ରଖିଛି, ଯାହା ଦେଖି ପରିବାର ନିଜ ଲୋକଙ୍କ ସମ୍ପର୍କରେ ସୂଚନା ପାଇପାରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।