Nepal disaster: ଦ୍ରୁତ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ କମିଛି ବରଫର ଘନତା

Aug 28, 2026 - 20:34
Nepal disaster: ଦ୍ରୁତ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ କମିଛି ବରଫର ଘନତା

"କାଠମାଣ୍ଡୁ: ନେପାଳରେ ସାମ୍ପ୍ରତିକ ଭୟଙ୍କର ଆକସ୍ମିକ ବନ୍ୟା ଘଟିବାର ପ୍ରାୟ ୫ ମାସ ପୂର୍ବରୁ ହିମାଳୟ ଅଞ୍ଚଳର ହିମଶୈଳ ଦ୍ରୁତ ଗତିରେ ତରଳୁଥିବା ଏବଂ ଏହା ଭବିଷ୍ୟତରେ ଭୟଙ୍କର ବିପଦର କାରଣ ହୋଇପାରେ ବୋଲି ଦୁଇଟି ରିପୋର୍ଟରେ ସତର୍କ କରାଯାଇଥିଲା।

ଚଳିତବର୍ଷ ମାର୍ଚ୍ଚରେ ଆନ୍ତର୍ଜାତିକ ସମନ୍ୱିତ ପର୍ବତ ବିକାଶ କେନ୍ଦ୍ର (ଆଇସିଏମ୍‌ଓଡି) ପ୍ରକାଶ କରିଥିବା ଦୁଇଟି ରିପୋର୍ଟରେ ହିନ୍ଦୁକୁଶ-ହିମାଳୟ ଅଞ୍ଚଳର ହିମବାହରେ ୧୯୭୫ ପରଠାରୁ ସର୍ବାଧିକ ୨୭ ମିଟର ପର୍ଯ୍ୟନ୍ତ ବରଫର ଘନତା ହ୍ରାସ ପାଇଥିବା କୁହାଯାଇଥିଲା।Advertisment କାଠମାଣ୍ଡୁସ୍ଥିତ ଆଇସିଏମ୍‌ଓଡି ଏହି ରିପୋର୍ଟରେ କହିଥିଲା ଯେ, ଏକବିଂଶ ଶତାବ୍ଦୀ ଆରମ୍ଭ ହେବା ପରଠାରୁ ହିମବାହରୁ ବରଫ କ୍ଷୟ ହେବାର ହାର ପ୍ରାୟ ଦୁଇଗୁଣ ହୋଇଯାଇଛି।

୧୯୯୦ରୁ ୨୦୨୦ ମଧ୍ୟରେ ହିନ୍ଦୁକୁଶ-ହିମାଳୟ ଅଞ୍ଚଳର ହିମବାହଗୁଡ଼ିକ ସେମାନଙ୍କ ମୋଟ ଆୟତନର ପ୍ରାୟ ୧୨% ହରାଇଥିବାବେଳେ ଆନୁମାନିକ ବରଫ ଭଣ୍ଡାରର ୯% ହ୍ରାସ ପାଇଛି।

ଏହି ପରିସ୍ଥିତି ହିମାଳୟର କେତେକ ଅଞ୍ଚଳ ହିମବାହ ତରଳିବାର ଏକ ସଙ୍କଟପୂର୍ଣ୍ଣ ସୀମାର ନିକଟରେ ପହଞ୍ଚୁଥିବାର ସଙ୍କେତ ବୋଲି ରିପୋର୍ଟରେ କୁହାଯାଇଥିଲା।

Flash flood in ULBs ସହରାଞ୍ଚଳରେ ଆକସ୍ମିକ ବନ୍ୟା ମୁକାବିଲା: ରହିବ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ନାଳର ହେବ ନିୟମିତ ଯାଞ୍ଚ ନେପାଳର ଏହି ଆକସ୍ମିକ ବନ୍ୟାର ପ୍ରକୃତ କାରଣ ନେଇ ବୈଜ୍ଞାନିକମାନଙ୍କ ତଦନ୍ତ ଜାରି ରହିଛି।

ତେବେ ଏଥିରେ ଏକାଧିକ କାରଣ କାମ କରିଥିବା ନେଇ ବୈଜ୍ଞାନିକମାନେ ଆକଳନ କରୁଛନ୍ତି।

ପୂର୍ବରୁ ଯେଉଁ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେଉଥିଲା, ସେଠାରେ ଏବେ ସମୁଦ୍ରପତ୍ତନଠାରୁ ୪,୦୦୦ ମିଟର ଓ ତା"ଠାରୁ ଅଧିକ ଉଚ୍ଚତାରେ ତୁଷାରପାତ ବଦଳରେ ବର୍ଷା ହେବା ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି।

ଡେରାଡୁନସ୍ଥିତ ୱାଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଳୟାନ୍‌ ଜିଓଲୋଜିର ଜଣେ ବୈଜ୍ଞାନିକ କହିଛନ୍ତି, ତାପମାତ୍ରା ବୃଦ୍ଧି ଯୋଗୁଁ ପୂର୍ବରୁ ତୁଷାରପାତ ହେଉଥିବା ଉଚ୍ଚତାରେ ଏବେ ବର୍ଷା ହେଉଛି ଏବଂ ହିମବାହ ଅତି ଦ୍ରୁତ ଗତିରେ ତରଳୁଛି।

ଆଇସିଏମ୍‌ଓଡିର ବରିଷ୍ଠ ହିମମଣ୍ଡଳ ବିଶେଷଜ୍ଞ ତଥା ଆଇଆଇଟି ଇନ୍ଦୋରର ସହଯୋଗୀ ପ୍ରଫେସର ମହମ୍ମଦ ଫାରୁକ ଆଜମ କହିଛନ୍ତି, ବରଫ ଆବରଣ କମିବା ଏବଂ ହିମବାହ ତରଳିବାରୁ ଅଧିକ ପଥୁରିଆ ଓ ଅନାବୃତ ଭୂଭାଗ ବାହାରକୁ ଆସୁଛି।

ଏହି ଅଞ୍ଚଳଗୁଡ଼ିକ ଅଧିକ ତାପ ଶୋଷଣ କରୁଥିବାରୁ ପାହାଡ଼ ଢାଲୁ ଅଧିକ ଅସ୍ଥିର ହୋଇପଡ଼ୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।